ଉନ୍ନାଓ: ବାଇକ୍ ଉପରେ ବସି ରିଲ୍ସ କରିବା ଯୁବକମାନଙ୍କୁ ପଡ଼ିଲା ମହଙ୍ଗା । ଜଣେ କିମ୍ବା ଦୁଇଜଣ ନୁହେଁ, ୭ ଜଣ ଯୁବକ ଏକ ବାଇକରେ ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମାଲିକଙ୍କ ଘରକୁ ୧୬,୦୦୦ ଟଙ୍କା ଚାଲାଣ ପଠାଇଛି ।
ଏହି ଘଟଣା ୟୁପିର ଉନ୍ନାଓରେ ଘଟିଛି । ଏଠାରେ ପୁରଭା ପୋଲିସ ଷ୍ଟେସନ ଅଞ୍ଚଳର ତୋରା ଗ୍ରାମ ପଞ୍ଚାୟତର ମାଉ ସୁଲତାନପୁରରେ ରହୁଥିବା ଜଣେ ଯୁବକ ଏକ ବାଇକରେ ଅନ୍ୟ ୬ ଜଣ ଯୁବକଙ୍କୁ ବସାଇ ରିଲ୍ସ କରିଥିଲେ । ଏହି ଭିଡ଼ିଓ ଭାଇରାଲ ହେବାମାତ୍ରେ ସମସ୍ତ ଟ୍ରାଫିକ୍ ନିୟମକୁ ଅବମାନନା କରି ପ୍ରସ୍ତୁତ ଏହି ରିଲ୍ସ ସ୍ଥାନୀୟ ପୋଲିସ ନଜରକୁ ଆସିଥିଲା । ବାଇକ୍ ନମ୍ବର ଆଧାରରେ ପୋଲିସ ବିଭିନ୍ନ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ବାଇକ ମାଲିକଙ୍କ ଘରକୁ ୧୬,୦୦୦ ଟଙ୍କା ଚାଲାଣ ପଠାଇଥିଲା ।
ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏପରି ବିପଦଜ୍ଜନକ ଭାବେ ବାଇକ୍ ଚଳାଇବା ଠିକ୍ ନୁହେଁ ବୋଲି କେତେକ କହିଛନ୍ତି । ପୋଲିସ ବାଇକ୍ ମାଲିକଙ୍କୁ ଚାଲାଣ ପଠାଇ ଠିକ୍ କରିଛି । କିନ୍ତ ଉକ୍ତ ୭ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ଆଉ ଅନେକ ମତ ରଖିଛନ୍ତି ।
Comments are closed.