ଫତେହାବାଦ: ଏବେ ଚାଲିଛି ବର୍ଷା ଋତୁ । ଏଭଳି ପରିସ୍ଥିତିରେ ପଶୁମାନେ ନିଜକୁ ବର୍ଷାହଭ ରକ୍ଷା କରିବା ପାଇଁ ଲୋକଙ୍କ ଘରେ ଆଶ୍ରୟ ଖୋଜିଥାନ୍ତି । ପ୍ରାୟତଃ ବର୍ଷା ସମୟରେ ଲୋକଙ୍କ ଘରୁ ସାପ ବାହାରୁଥିବା ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଦେଖି ମଧ୍ୟ ଥିବେ । ଅନେକ ସ୍ଥାନରେ କୁମ୍ଭୀର ପାଣିରୁ ବାହାରକୁ ଆସିବାର ନଜିର ଅଛି, କିନ୍ତୁ ଫତେହାବାଦରେ କିଛି ଅଲଗା ଘଟଣା ଦେଖିବାକୁ ମିଳିଛି । ଜଣଙ୍କ ଘରୁ ୨ ଫୁଟର ଝିଟିପିଟି ନଜରକୁ ଆସିଛି,ଯାହାକୁ ଦେଖି ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଫତେହାବାଦର ଜବାହର ଚକ୍ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ୨ ଫୁଟ ଲମ୍ବର ଝିଟିପିଟି ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ପରିବାର ସଦସ୍ୟ ଭୟଭୀତ ହୋଇପଡିଥିଲେ । ଏହି ଖବର ପ୍ରଚାର ହେବା ପରେ ଏହାକୁ ଦେଖିବାକୁ ତାଙ୍କ ଘରେ ଭିଡ଼ ଜମିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ବନ୍ୟପ୍ରାଣୀ ଗାର୍ଡଙ୍କୁ ଖବର ଦେଲେ । ବନ କର୍ମଚାରୀମାନେ ତାଙ୍କ ଘରେ ପହଞ୍ଚି ବହୁ ପରିଶ୍ରମ ପରେ ଏହି ୨ ଫୁଟ ଲମ୍ବ ଝିଟିପିଟିକୁ ଉଦ୍ଧାର କଲେ । ବନ୍ୟପ୍ରାଣୀ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ । ସବୁଠୁ ବଡ଼ କଥା, ଏହି ଝିଟିପିଟି କାହାରି କିଛି କ୍ଷତି କରି ନାହିଁ । ବନ୍ୟପ୍ରାଣୀ କର୍ମଚାରୀଙ୍କ କହିବା କଥା, ଏହା ଏକ ଜଙ୍ଗଲି ଝିଟିପିଟି । ଯାହା ସାଧାରଣତଃ ଅତ୍ୟଧିକ ବିଷାକ୍ତ ନୁହେଁ ।
Comments are closed.