Latest Odisha News

BREAKING NEWS

ଭାରତୀୟ ମହିଳା ଟିମର ମୂଖ୍ୟ କୋଚ ହେବେ ମଜମୁଦାର

ମୁମ୍ବାଇ: ପୂର୍ବତନ କ୍ରିକେଟର ଅମୋଲ ମଜମୁଦାର ଭାରତୀୟ ମହିଳା ଟିମର କୋଚ ଦାୟିତ୍ୱ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କ୍ରିକେଟ ଆଡଭାଇଜରୀ କମିଟି ମୁମ୍ବାଇରେ କୋଚଙ୍କ ଶର୍ଟଲିଷ୍ଟ କରିଥିଲେ । ସାକ୍ଷାତକାର ବେଳେ ମଜମୁଦାରଙ୍କ ଉପସ୍ଥାପନା କମିଟି ସଦସ୍ୟ ଅଶୋକ ମାଲହୋତ୍ରା, ଜତିନ ପରଂଜାପେ ଓ ସୁଲକ୍ଷଣା ନାୟକ ବେଶ ପସନ୍ଦ ଆସିଥିଲା । ମଜମୁଦାରଙ୍କ ବ୍ୟତୀତ ଡରହାମ କୋଚ ଜନ ଲୁଇସ ଓ ତୁଷାର ଅରାଠେ ମଧ୍ୟ ଶର୍ଟ ଲିଷ୍ଟରେ ରହିଛନ୍ତି । ଚଳିତ ମାସରେ ଭାରତୀୟ ଟିମ ବାଂଲାଦେଶ ଗସ୍ତରେ ଯିବ । ଏହା ପୂର୍ବରୁ କୋଚ ଚୟନ କରାଯିବ । ଡିସେମ୍ବର ୭ରେ ରମେଶ ପାୱାର କୋଚ ପଦରୁ ଇସ୍ତଫା ଦେବା ପରେ ଏହା ଖାଲି ପଡିଛି ।

ରିପୋର୍ଟ ମୁତାବକ ମଜମୁଦାରଙ୍କ ବୋର୍ଡ ୨ ବର୍ଷ ପାଇଁ ଚୁକ୍ତିବଦ୍ଧ କରିପାରେ । ଆସନ୍ତା ବର୍ଷ ବାଂଲାଦେଶରେ ଟି୨୦ ବିଶ୍ୱକପ ଖେଳାଯିବ । ମଜମୁଦାର ପ୍ରଥମଶ୍ରେଣୀ କ୍ରିକେଟରେ ୧୭୧ ମ୍ୟାଚରେ ୧୧୧୬୭ ରନ, ଲିଷ୍ଟ ଏରେ ୧୧୩ ମ୍ୟାଚରେ ୩୨୮୬ ଓ ୧୪ଟି ଟି୨୦ ମ୍ୟାଚରେ ୧୭୪ ରନ କରିଛନ୍ତି । ପ୍ରଥମଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ୱେ ମଜମୁଦାରଙ୍କୁ ଭାରତୀୟ ଟିମ ପକ୍ଷରୁ ଖେଳିବା ସୁଯୋଗ ମିଳିପାରି ନ ଥିଲା ।

Leave A Reply

Your email address will not be published.