ହରିଦ୍ୱାର: ଚାଲିଛି ଶ୍ରାବଣ ମାସ । କାଉଡିଆଙ୍କ ଧାଡି ଲାଗିଲାଣି । ହରିଦ୍ୱାରରେ କାଉଡିଆ ଭକ୍ତଙ୍କ ବେଶ ଭିଡ ଲାଗିଛି । ମହାଦେବଙ୍କ ଉପରେ ଗଙ୍ଗାଜଳ ଢାଳିବା ପାଇଁ ଲକ୍ଷ ଲକ୍ଷ କାଉଡ଼ିଆ ହରିଦ୍ୱାରରେ ଭିଡ ଜମାଇଛନ୍ତି । କାଉଡିଆ ଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପାଇଁ ଉତ୍ତରାଖଣ୍ଡରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦୫୬ଟି ସମ୍ବେଦନଶୀଳ ଜାଗାରେ ସିକ୍ୟୁରିଟି ବଢାଇ ଦିଆ ଯାଇଛି । କାଉଡିଆଙ୍କ ସୁବିଧା ପାଇଁ ବ୍ୟବସ୍ଥା ବି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଓ ପୋଲିସ ଲାଗି ପଡିଛନ୍ତି । ଏହି ଅବସରରେ ସହରାନପୁର ସ୍ଥିତ ଏକ କାଉଡିଆ କ୍ୟାମ୍ପରେ ଜିଲ୍ଲା କଲେକ୍ଟରଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓଟି ଭାଇରାଲ ହୋଇଛି ।
ଏହି ଭିଡିଓରେ ଦେଖିବାକୁ ମିଳିଛି, ସହାରନପୁରରେ କବାଡିଆଙ୍କ ପାଇଁ ଏକ ଶିବିର ଖୋଲାଯାଇଛି । ରାସ୍ତା ସଜା ଯାଇଛି । କ୍ୟାମ୍ପରେ କବାଡିଆଙ୍କ ଲାଗି ଭୋଜନ ଏବଂ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ବି କରାଯାଇଛି । ଗତରାତିରେ ସହାରନପୁର ଜିଲ୍ଲା ଅଧିକାରୀ ଦିନେଶ କୁମାର ଏହି କ୍ୟାମ୍ପ ପରିଦର୍ଶନରେ ଆସିଥିଲେ । ସବୁଠାରୁ ମଜାର କଥା ହେଉଛି, ସେ ଏହି କ୍ୟାମ୍ପରେ କାଉଡିଆଙ୍କ ପାଇଁ ରୁଟି ତିଆରି କରୁଥିବା ଦେଖିବାକୁ ମିଳିଛି । ସେ ଏହି କ୍ୟାମ୍ପରେ ବେଶ କିଛି ସମୟ ରହିଥିଲେ ଏବଂ କାଉଡିଆଙ୍କ ପାଇଁ ରୁଟି ସେକିଥିଲେ ।
୩୨ ସେକେଣ୍ଡର ଏହି ଭିଡିଓଟି ଆଜି ସକାଳୁ ସକାଳୁ ବେଶ ଭାଇରାଲ ହୋଇଛି । ଜିଲ୍ଲା ଅଧିକାରୀଙ୍କର ଏହି ଭିଡଓକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅତୀତରେ ଉତ୍ତର ପ୍ରଦେଶ ସରକାର କାଉଡିଆ ଯାତ୍ରା ସମୟରେ ଲକ୍ଷଲକ୍ଷ କାଉଡିଆଙ୍କ ସ୍ୱାଗତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥାନ୍ତି ।
सहारनपुर में कावड़ियों के लिए शिविर लगाए हैं. रास्ते सज गए हैं. दिन-रात यात्रा मार्ग की निगरानी हो रही है. आपको बता दे कि सहारनपुर के जिलाधिकारी ने बीती रात इस कावड़ यात्रा का निरीक्षण किया. साथ ही उन्होंने एक कांवड़ शिविर में कावड़ियों के लिए रोटियां सेकी. जिसके बाद जिलाधिकारी… pic.twitter.com/YlEvrJsphj
— Zee News (@ZeeNews) July 7, 2023
Comments are closed.