Latest Odisha News

BREAKING NEWS

ବେଫିକର୍ ବାଲିମାଫିଆ: ରାଜସ୍ୱ ବିଭାଗର ଅବହେଳାରୁ କୋଟିକୋଟି ଟଙ୍କାର ରାଜସ୍ବ ହାନି

ଖଡ଼ିଆଳ : ଖଡ଼ିଆଳ ତହସିଲ ଅଞ୍ଚଳ ରେ ମାତିଛନ୍ତି ବାଲି ମାଫିଆ । ବିଭିନ୍ନ ନଦୀରୁ ଚାଲିଛି ବେଧଡ଼କ ବାଲି ଚୋରାଚାଲାଣ । ରାଜସ୍ବ ବିଭାଗ ଓ ବାଲି ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ କୋଟିକୋଟି ଟଙ୍କା ରାଜସ୍ୱ ହାନି । ପ୍ରଶାସନ ଜାଣି ଶୁଣି ଏଠି ନିରାବଦ୍ରଷ୍ଟା । ବାଲି ମାଫିଆ ଓ ରାଜସ୍ବ ର ବିଭାଗ ର ସଲାସୁତୁରା ରେ ଚାଲିଛି ଖୁଲୁମଖୁଲା ବାଲି ଚୋରାଚାଲାଣ । ଅଭିଯୋଗ ଉପରେ ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ ।  ଏହାକୁ ନେଇ ଏବେ ଦେଖାଦେଇଛି ଜନ ଅସନ୍ତୋଷ ।

ସୂଚନା ଅନୁଯାୟୀ, ଖଡ଼ିଆଳ ବ୍ଲକର ଡୁଆଝର, କୁସମାଳ, ଖୁଦପେଜ, ବଡ଼ଦୋହେଲ, ତୁକୁଲା, ଘରଧରା, ଭୁଲିଆସିକୁଆଁ ଭଳି ଅନେକ ସ୍ଥାନରୁ ବର୍ଷବର୍ଷ ଧରି ଚାଲିଛି ବାଲି ମାଫିଆଙ୍କ ରାଜ । ମାତ୍ର ସବୁ ଜାଣି ଶୁଣି ରାଜସ୍ୱ ବିଭାଗ ଚୁପ ବସିଛି । ବିଶେଷ କରି ଡୁଆଝର ଓ ବଡଦୋହେଲ ବାଲି ଘାଟ ରୁ ଦିନରାତି ବାଲି ଚୋରାଚାଲାଣ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ବଡ଼ ଦୋହେଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଖଡ଼ିଆଳ ଅଞ୍ଚଳରେ ବାଲି ଚୋରାଚାଲାଣ  ଘଟଣା ହାଟରେ ପଡି ଦାଣ୍ଡରେ ଗଡୁଥିଲେ ହେଁ ରାଜସ୍ବ ବିଭାଗ କୌଣସି ପ୍ରକାର ପଦକ୍ଷେପ ନନେବା ବିଭାଗର ସ୍ଵଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାଁ ଭାଁ ନିଜ ଉପସ୍ଥିତ ଜାହିର କଲାଭଳି କିଛି ଗାଡି କୁ ଅଟକାଇ ଫାଇନ ଆଦାୟ କରି ନିଜ କର୍ତ୍ତବ୍ୟ ସାରି ଦେଉଥିବା ବେଳେ ଉଭୟ ବିଭାଗ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ରାଜସ୍ୱ ହାନି ହେଉଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି ସବୁ କାର୍ଯ୍ୟ ମାଇନ୍ସ ଓ ମିନେରାଲ କୁ ହସ୍ତାନ୍ତର ହୋଇଛି । ଏବାବଦରେ ଖଡ଼ିଆଳ ତହସିଲଦାରଙ୍କୁ ପଚାରିବାରୁ ‘ଆମେ କିଛି କହି ପାରିବୁ ନାହିଁ ‘ବୋଲି ସଫେଇ ଦେଇଛନ୍ତି । ସେପଟେ ଏ ଦିଗରେ ପ୍ରଶାସନ ଦୃଷ୍ଟି ନ ଦେଲେ ବିଭିନ୍ନ ସଂଗଠନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନିୟବାସିନ୍ଧା । ଅପରପକ୍ଷରେ ବାଲି ମାଫିଆଙ୍କ ଆକ୍ରମଣର ଭୟ ରହିଛି ତଥାପି ତହସିଲଦାର ମାନଙ୍କୁ ନିର୍ଦେଶ ଦିଆଯାଇଛି । ଉଚିତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୂଆପଡା ଉପଜିଲ୍ଲାପାଳ ।

 

Leave A Reply

Your email address will not be published.