ଭୁବନେଶ୍ୱର:ଗତ ତିନି ଧରି ଉତ୍ତରଭାରତରେ ବର୍ଷା ପ୍ରଳୟ ରଚୁଥିବାବେଳେ ଶୁଖିଲା ପଡିଛି ଉପକୂଳ ଅଞ୍ଚଳ । ଓଡ଼ିଶାରେ ବର୍ଷାଭାବ ଯୋଗୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ନିଅଣ୍ଟିଆ ବର୍ଷାକୁ ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ । ଓଡ଼ିଶାର ୨୨ ଜିଲ୍ଲାରେ ବର୍ଷାର ଦେଖା ନାହିଁ । ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ସବୁଠାରୁ କମ ବର୍ଷା ରେକର୍ଡ କରାଯାଇଛି । ଏଠାରେ ୧୧୬.୮ ମିଲିମିଟର ବର୍ଷା ହୋଇଛି ଯାହା ସ୍ୱାଭାବିକ ବର୍ଷାଠାରୁ ୬୬.୨% କମ ।
ଜୁନ ୧ ତାରିଖରୁ ଜୁଲା ଜୁଲାଇ ୧୦ ତାରିଖ ଭିତରେ ଓଡ଼ିଶାରେ ୩୨.୨ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଯାହା ଖରିଫ ଫସଲକୁ ପ୍ରଭାବିତ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୋମବାର ଆକଳନ କରିଛି । ରାଜ୍ୟରେ ଜୁନ ୧ ତାରିଖରୁ ଜୁଲାଇ ୧୦ ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୩୨୬.୧ ମିମି ଥିବାବେଳେ ଏହି ସମୟରେ ମଧ୍ୟରେ ହାରାହାରି ୨୨୧.୩ ମିମି ବର୍ଷାର ହୋଇଛି । ଯାହା ୩୨.୨ ପ୍ରତିତିଶ କମ ରହିଛି ।
Comments are closed.