Latest Odisha News

BREAKING NEWS

ଗଛ ମାନବ ଶ୍ରୀନାଥ, ଜୀବନ କାଳ ମଧ୍ୟରେ ଲଗାଇଛନ୍ତି ୨୦୦୦ରୁ ଉର୍ଦ୍ଧ୍ୱ ଗଛ

ବାରିପଦା: ନିଜର ଉଦ୍ୟମ ଓ ଚେଷ୍ଟା ବଳ ରେ ଆଜି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ସେ ଉଦାହରଣ। ହଜାର ହଜାର ଗଛ ଲଗାଇ ସେ ଆଜି ଗଛ ମାନବ ଭାବେ ବେଶ ପରିଚିତ। ଖାଲି ସେତିକି ନୁହେଁ ନିଜେ ଗଛ ଲଗାଇବା ସହିତ ଅନ୍ୟ ମାନେ କିଭଳି ଗଛ ଲଗାଇବେ ସେନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି ସେ।

ଏ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତ ରାଇକାଳି ଗ୍ରାମ। ଯେଉଁଠାରେ ରୁହନ୍ତି ଗଛ ମାନବ ଶ୍ରୀନାଥ ପାତ୍ର। ବୟସ ୬୮ ରୁ ଉର୍ଦ୍ଧ୍ବ। ଶ୍ରୀନାଥ ପାତ୍ର କପ୍ତିପଦା ବିଦ୍ୟୁତ ବିଭାଗ ରେ ଚାକିରୀ କରୁଥିଲେ। ୨୦୧୪ ମସିହା ରେ ଅବସର ପରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରେ ୧୦୦୦୦ ଗଛ ର ଯତ୍ନ ନେବା ସହ ନିଜ ବାଡି ରେ ୨୦୦୦ ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛ ଲଗାଇଛନ୍ତି ସେ । ବୟସ ର ଅପରାହ୍ନ ରେ ପହଞ୍ଚି ମଧ୍ୟ ଏବେବି ସେ ଜାରି ରଖିଛନ୍ତି ଗଛ ଲଗାଇବା । ସକାଳ ହେଲେ ନିଜର ଘର କାମ ସାରି ଗଛ ଦେଖିବାକୁ ବାହାରି ଯାଆନ୍ତି ଶ୍ରୀନାଥ। ମନର ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। ଚାକିରି ରୁ ଅବସର ପରେ ହଜାର ହଜାର ଗଛ ଲଗାଇ ଅନ୍ୟ ମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । ଘର ପାଖରେ ଥିବା ଏକ ସଂରକ୍ଷିତ ଜଙ୍ଗଲ ରେ ପାଖାପାଖି ୧୦୦୦୦ ରୁ ଉର୍ଦ୍ଧ୍ବ ଗଛ ର ରକ୍ଷଣାବେକ୍ଷଣ କରୁଛନ୍ତି ଶ୍ରୀନାଥ। ତେବେ ଏ ଅଞ୍ଚଳରେ ଗଛ ମଣିଷ ଭାବେ ବେଶ ପରିଚିତ ଶ୍ରୀନାଥ ପାତ୍ର ।

ଗଛ ବଞ୍ଚିଲେ ଜୀବଜଗତ ବଞ୍ଚିବେ ଓ ପରିବେଶ ସୁସ୍ଥ ରହିବ । ପରିବେଶକୁ ଚିର ସବୁଜ ରଖିବାର ସ୍ୱପ୍ନ ତାଙ୍କୁ ଏହି ଦିଗକୁ ଅଗ୍ରସର ହେବାକୁ ପ୍ରେରଣା ଦଉଛି ବୋଲି କହିଛନ୍ତି ଶ୍ରୀନାଥ । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଆଗକୁ ବଢ଼ି ପାରିବେ। ତା ସହ ତାଙ୍କର ଏହି ଉଦ୍ୟମକୁ ସବୁ ମହଲରେ ବେଶ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.