Latest Odisha News

BREAKING NEWS

କେଉଁ କାରଣ ପାଇଁ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ ପାଇବେ ପାଟ୍ଟଶାଣୀ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଯିଏ ମୁହଁ ଖୋଲିବ ତାଙ୍କର ଟିକେଟ କଟିବ। ଶାସକ ଦଳର ନେତା, ବିଧାୟକ ଏହିଭଳି କୋକୁଆ ଭୟ ଭିତରେ ଗତି କରୁଛନ୍ତି। ତେଣୁ ଅସନ୍ତୋଷ ଯେତେଥିଲେ ମଧ୍ୟ କେହି କିଛି କହିବାକୁ ନାରାଜ ବୋଲି ବିରୋଧୀ କହୁଛନ୍ତି। ଏହାରି ଭିତରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ ଏବେ ଚର୍ଚ୍ଚାରେ। ରାଜ୍ୟସଭା ଟିକେଟ ପାଇଁ ଆଶାୟୀ ଥିବା ବିଜେଡିର ଏହି ବରିଷ୍ଠ ନେତା କହିଛନ୍ତି, ସେ ଟିକେଟ ପାଇବା ସୁନିଶ୍ଚିତ। ତେବେ କେଉଁ ଆଧାରରେ ପାଇବେ ବୋଲି ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହା ବେଶ କୌତୁହଳ।

ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି,  ମୋର ବୟସ ଅଛି, ଲଢିବାକୁ ସାମର୍ଥ୍ୟ ମଧ୍ୟ ରହିଛି। ଯଦି ଦଳ ଚାହିଁବ ତାହେଲେ ମୁଁ ନିଶ୍ଚିତ ଲଢ଼ିିବି। ବିନା ଟଙ୍କାରେ ଭୁବନେଶ୍ବରରୁ 5 ଥର ବିଜୟୀ ହୋଇଛି। ତେବେ ଏଥର କେଉଁଠି ଲଢିବି ତାହା କହିବି ନାହଁ। କହିଲେ ଟିକେଟ କଟିଯିବ। ତେଣୁ କେଉଁଠୁ ଲଢିବି ବୋଲି ସେ କହି ନାହାନ୍ତି। ଦଳରେ ଯିଏ ମୁହଁ ଖୋଲିବ ଟିକେଟ କଟିଯିବ ତେଣୁ ସେ ଏହି ଭୟରେ କିଛି କହି ନାହାନ୍ତି ବୋଲି କହିଛନ୍ତି। ହେଲେ ସେ ଯେହେତୁ କେବେ କିଛି ଦଳ ବିରୋଧରେ କିମ୍ବା ନେତୃତ୍ବ ବିରୋଧରେ କୁହନ୍ତି ନାହିଁ ତେଣୁ ସେ ଆଗାମୀ ଦିନରେ ଦଳୀୟ ଟିକେଟ ପାଇବେ ବୋଲି ଖୁବ ଆଶାବାଦୀ ବୋଲି କହିଛନ୍ତି।

ଆଜି ଶଙ୍ଖଭବନରେ ଖୋର୍ଦ୍ଧା-ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଯେଉଁଥିରେ ଆଗାମୀ ଦିନରେ କିଭଳି ଦଳର ଭୋଟ୍ ମଜବୁତ ହେବ ଏବଂ କନ୍ଦଳ ରହିବ ନାହଁ ସେ ଦିଗରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକ ପରେ ପୂର୍ବତନ ସାଂସଦ ନିଜ ପ୍ରତିକ୍ରିୟା ଦେବେ ବେଳେ ଗଣମାଧ୍ୟମକୁ ଏଭଳି କିଛି କହିଛନ୍ତି।

Comments are closed.