Latest Odisha News

BREAKING NEWS

ସଂପ୍ରସାରିତ କ୍ୟାବିନେଟକୁ ମୋହର: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କୁ ମିଳିଲା ଅର୍ଥ ବିଭାଗ

ମୁମ୍ବାଇ: ଅଟକି ରହିଥିବା ମହାରାଷ୍ଟ୍ରର ସଂପ୍ରସାରିତ କ୍ୟାବିନେଟରେ ବାଜିଲା ମୋହର ।  ସଂପ୍ରସାରିତ ହୋଇଛି ମହାରାଷ୍ଟ୍ର କ୍ୟାବିନେଟ  । ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଛି  ଅର୍ଥ ମନ୍ତଣାଳୟ  ସହ ଯୋଜନା ବିଭାଗ   । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ହାତରେ ଧରେଇ ଦିଆଯାଇଛି ଦୁଇଟି ବିଭାଗ ।  ଶରଦ ପାୱାରଙ୍କୁ ଛାଡି ଆସିଥିବା ଅନ୍ୟ ଏନସିପି ନେତାଙ୍କୁ  ବି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ହସନ ମୁଶାରିଫଙ୍କୁ ମିଳିଛି ମନ୍ତ୍ରୀପଦ ।

ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ମିଳିଥିବା ବେଳେ ହସନ ମୁଶାରିଫଙ୍କୁ ଡାକ୍ତରୀ ଶିକ୍ଷା ବିଭାଗ ମିଳିଛି । ସେହିଭଳି ଧର୍ମରାଓ ଅତ୍ରାମଙ୍କୁ ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ମିଳଥିବାବେଳେ ଛଗନ ଭୁଜବଳଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ମଳିଛି । ଅନ୍ୟପଟେ ଦିଲ୍ଲିପ ବଲସେ ପାଟିଲଙ୍କୁ ସମବାୟ ଓ ଅନୀଲ ଭାଇଦାସ ପାଟିଲଙ୍କୁ କ୍ରୀଡା ବିଭାଗ ମିଳିଛି । ଅଦିତ ନଟକରେଙ୍କୁ ମହିଳା ଓ ବାଳବିକାଶ ବିଭାଗ ମିଳିଛି ।

ଅଜିତ ପାୱାରଙ୍କ ନେତୃ୍ତ୍ୱରେ ଏକନାଥ ସିନ୍ଦେ ଏବେ ସେମାନଙ୍କ ବିଭାଗ ଉପରେ ମୋହର ମାରିଛନ୍ତି । ଏହି କ୍ରମରେ ଏନସପିକୁ ଏବେ ୭ଟି ଗୁରୁତ୍ୱପୂର୍ଣ୍ଣ ମନ୍ତଣାଳୟ ମିଳିଛି ।

ସୂଚନାଥାଉ କି, ଏନସିପିରୁ କିଛି ବିଧାୟକ କିଛିଦିନ ତଳେ ଦଳ ଛାଡି ବିଜେପି ଓ ଏକନାଥ ସିନ୍ଦେଙ୍କ ଦଳରେ ସାମିଲ ହୋଇଥିଲେ ।  କିଛି ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଯାଇଥିଲା । ହେଲେ ବିଭାଗ ବଣ୍ଟନକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା ।

Comments are closed.