Latest Odisha News

ହଜିଗଲା ମାନବିକତା; ଦିବ୍ୟାଙ୍ଗ ଭାଣେଜୀକୁ ଦୁଷ୍କର୍ମ କଲା ମାମୁ

ବାରିପଦା: ସଂପର୍କରେ ଲାଗିଲା କଳଙ୍କର ଛିଟା  ।  ହଜିଗଲା ମାନବିକତା । ଯାହାକୁ ଭରସା କରିଥିଲା ସେ ସାଜିଲା ସୈତାନ ।  ଅସହାୟ ଝିଅର କରୁଣ ଚିତ୍କାର ତା ହୃଦୟକୁ ତରଳାଇ ପାରିଲାନି । ଶେଷରେ ପୁରୁଷର କାମନା ଜ୍ୱାଳାରେ ଜଳିଗଲା ଦିବ୍ୟାଙ୍ଗ ଝିଅଟିର ସବୁକିଛି । ଯାହାକୁ ମାମୁ ବୋଲି ଭାବି ଭରସା କରିଥିଲା ତାର ଲୋଲୁପ ଦୃଷ୍ଟିର ଶୀକାର ହେଲା ଦିବ୍ୟାଙ୍ଗ ଝିଅ । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡଫେଣୀ ଅଂଚଳରେ ।

ଦିବ୍ୟାଙ୍ଗ ଭାଣିଜୀକୁ ବି ଦୁଷ୍କର୍ମ କରିବାକୁ ପଛାଇଲାନି ସଂପର୍କୀୟ ମାମୁଁ । ବଡଫେଣି ଅଂଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ବୁଧବାର ଦିନ ମଧ୍ୟାହ୍ନରେ ଛେଳି ଚରାଇବା ନିମନ୍ତେ ଯାଇଥିଲେ । ଏହି ସମୟରେ ଜଙ୍ଗଲ ନିକଟରେ ଏକୁଟିଆ ଦିବ୍ୟାଙ୍ଗ ଭାଣିଜୀ ଥିବା ଦେଖି ସଂପର୍କୀୟ ମାମୁଁ ରାଜକିଶୋର ଦାସ ସେଠାରେ ପହଂଚି ଭାଣିଜୀକୁ ଚକୋଲେଟ ଦେଇଥିଲା ।  ଚକୋଲେଟ ଖାଇବା ପରେ ତାକୁ ଏକୁଟିଆ ପାଇ ମାମୁଁ ରାଜକିଶୋର ଦାସ ତାକୁ ଦୁଷ୍କର୍ମ କରିଥିଲା ।

ପରେ ଦିବ୍ୟାଙ୍ଗ ଯୁବତୀ ଜଣକ ଏ ନେଇ ରାତିରେ ତାର ପରିବାର ଲୋକଙ୍କୁ କହିଥିଲୋ । ପରିବାର ଲାେକ ଏ ନେଇ  ଖୁଂଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିବା ସହିତ  ରାଜକିଶୋର ଦାସକୁ ଗିରଫ କରିଛି । ଏପଟେ ଦିବ୍ୟାଙ୍ଗ ଯୁବତୀଙ୍କ ଡାକ୍ତରୀ ମାଇନା କରିଛି ପୋଲିସ୍ ।

Leave A Reply

Your email address will not be published.