Latest Odisha News

ଘରୋଇ ସ୍କୁଲକୁ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗ, ରାଜ୍ୟବ୍ୟାପୀ ସଂଘର ଧର୍ମଘଟ

ବଲାଙ୍ଗିର: ମାଗଣା ବହି ଓ ସରକାରଙ୍କ ଠାରୁ ଆବଶ୍ୟକ ସୁବିଧା ସୁଯୋଗ ସମେତ ୪ ଦଫା ଦାବି ନେଇ ଶୁକ୍ରବାର ବଲାଙ୍ଗିର ଜିଲ୍ଲାର ଘରୋଇ ସ୍କୁଲ ମାଲିକମାନେ ଆନ୍ଦୋଳନ କରିଛନ୍ତି। ଯାହାକୁ ସାରା ରାଜ୍ୟରେ ସମସ୍ତ ଘରୋଇ ସ୍କୁଲ ମାଲିକ ସମର୍ଥନ କରିଥିବା ଦାବି ହୋଇଛି।

ଏହି ବନ୍ଦ ପାଳନର ଜିଲ୍ଲାରେ ବିଶେଷ ପ୍ରଭାବ ପଡିଥିବା ବେଳେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆନ୍ଦୋଳନରତ ସଙ୍ଘର ସଦସ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ମାଗଣା ବହି ମିଳୁନାହିଁ, ଆମ ସ୍କୁଲକୁ ଅବହେଳା କରାଯାଉଛି। ଆମ ଦାବି ପୂରଣ ପାଇଁ ଆମେ ଆଜି ରାଜ୍ୟବ୍ୟାପୀ ଧର୍ମଘଟ ପାଳନ କରିଛୁ ବୋଲି ବଲାଙ୍ଗୀର ଜିଲ୍ଲା ଘରୋଇ ସ୍କୁଲ ମାଲିକ ସଙ୍ଘର ସଭାପତି ରବି ଚନ୍ଦ୍ର ଉଦଘଟକ କହିଛନ୍ତି।

ସରକାର ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ଯୋଗାଇ ଦେବା, ଅତିଥି ଶିକ୍ଷକଙ୍କ ଭତ୍ତା ବୃଦ୍ଧି କରିବା, ଘରୋଇ ବିଦ୍ୟାଳୟକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଇଛି। ଏଥିସହିତ ଘରୋଇ ସ୍କୁଲ ମାଲିକଙ୍କୁ ହଇରାଣ କରିବା ବନ୍ଦ କରିବାକୁ ଦାବି ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଘରୋଇ ସ୍କୁଲ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଏହି ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Comments are closed.