Latest Odisha News

BREAKING NEWS

ହିମା ଦାସଙ୍କ ବାୟୋପିକ ନିର୍ମାଣ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡରେ ଚାଲିଥିବା ବାୟୋପିକର ଧାରାରେ ସାମିଲ ହେବାକୁ ଯାଉଛି ସ୍ୱର୍ଣ୍ଣ ବିଜୟିନୀ ହିମା ଦାସଙ୍କ କାହାଣୀ । ଆସାମର ୧୮ ବର୍ଷ ବୟସ୍କା ଆଥଲେଟ ହିମା ଦାସ ଗତ ଆଇଏଏଫର ଅଣ୍ଡର୍-୨୪ ଚାମ୍ପିଅନସିପରେ ଏକ ମାସରେ ୫ଟି ସ୍ବର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣି ଦେଇଥିଲେ ।

ହିମାଙ୍କ ଖେଳ ଦେଖି ବେଶ୍ ପ୍ରଭାବିତ ହୋଇଛନ୍ତି ବଲିଉଡ ଅଭିନେତା ଅକ୍ଷୟକୁମାର। ନିକଟରେ ଅକ୍ଷୟକୁମାର ଘୋଷଣା କରିଛନ୍ତି ଯେ, ସେ ହିମା ଦାସଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବାକୁ ଚାହୁଁଛନ୍ତି।

ଅକ୍ଷୟଙ୍କ ବ୍ୟାନର ସହିତ ଜଡ଼ିତ ଟିମ୍ ଖୁବ୍ ଶୀଘ୍ର ହିମାଙ୍କ ଉପରେ ରିସର୍ଚ୍ଚ ଆରମ୍ଭ କରିବାକୁ ଯାଉଛନ୍ତି । କିଛିଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୋଲ୍ଡ’ ରେ ଅକ୍ଷୟଙ୍କ ସହ କାମ କରିଥିବା ଡାଇରେକ୍ଟର ରୀମା କାଗତି ମଧ୍ୟ ହିମାଙ୍କ ଫ୍ୟାନ୍ ହୋଇ ସାରିଛନ୍ତି। ଶୁଣିବାକୁ ମିଳୁଛି ଯେ, ସେ ଅକ୍ଷୟଙ୍କ ପାଇଁ ରିମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇପାରନ୍ତି।

ଆସାମର ନଙ୍ଗାବ ଜିଲ୍ଲାର କାନ୍ଧୁଲିମାରୀ ଗାଁରେ ହିମାଙ୍କ ଜନ୍ମ। ତାଙ୍କ ବାପା ମା’ ଧାନ କ୍ଷେତରେ କାମ କରନ୍ତି। ସ୍କୁଲ୍ ଦିନରୁ ହିଁ ହିମା ପୁଅମାନଙ୍କ ସାଙ୍ଗରେ ଫୁଟବଲ୍ ଖେଳିବାକୁ ଭଲ ପାଆନ୍ତି । ପରେ ଖେଳ ଶିକ୍ଷକ ଶମଶୁଲ ହକଙ୍କ ପରାମର୍ଶ କ୍ରମେ ଦୈାଡ଼ିବା ଆରମ୍ଭ କରନ୍ତି ହିମା ।

ନିଜର ପ୍ରଥମ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣ ପଦକ ପାଇଛନ୍ତି ହିମା । ଏହି ପ୍ରତିଯୋଗିତା ବେଳେ ରାଜ୍ୟ କ୍ରୀଡା ଓ ଯୁବକଲ୍ୟାଣ ବିଭାଗର ନିପୋନ୍ ଦାସଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ନିପୋନ୍ ହିମାଙ୍କ ପରିବାର ଲୋକଙ୍କୁ ବୁଝାଇ ହିମାଙ୍କୁ ଉତ୍ତମ ପ୍ରଶିକ୍ଷଣ ନିମନ୍ତେ ଗୁଆହାଟି ନେଇଯାଇଥିଲେ।

ଓ୍ବାର୍ଲ୍ଡ ଜୁନିୟର ଆଥଲେଟିକ୍ସ ଚାମ୍ବିଅନସିପରେ ସେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଅଟନ୍ତି।

Leave A Reply

Your email address will not be published.