Latest Odisha News

ବଢ଼ିଲା ଅଣ ରିହାତି ରନ୍ଧନ ଗ୍ୟାସ ଦର

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଛି ରନ୍ଧନ ଗ୍ୟାସ ସିଲିଣ୍ଡର ଦର । ରନ୍ଧନ ଗ୍ୟାସ ଉପରେ ପାଖାପାଖି ୧୬ ଟଙ୍କାର ବୃଦ୍ଧି ଘଟିଥିବା ଭାରତୀୟ ତୈଳ ନିଗମ (ଆଇଓସି) ସୂଚନା ଦେଇଛି । ବର୍ଦ୍ଧିତ ଦର ଏବଂ ଅନ୍ୟାନ୍ୟ ଟିକସ ଲାଗୁ ହେବା ପରେ ଦେଶର ପ୍ରମୁଖ ମହାନଗର ଗୁଡ଼ିକରେ ଏହାର ଦାମ ଅଲଗା ଅଲଗା ରହିଛି ।

ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋର ଅଣ ରିହାତି ରନ୍ଧନ ଗ୍ୟାସ (ଏଲପିଜି) ସିଲିଣ୍ଡର ଦର ୧୬ ଟଙ୍କା ବୃଦ୍ଧି ପାଇ ୫୯୦ ଟଙ୍କାରେ ପହଞ୍ଚି ଥିବାବେଳେ କଲିକତାରେ ଏହାର ଦର ୬୧୬ ଟଙ୍କା ୫୦ ପଇସାରେ ପହଞ୍ଚିଛି।

ସେହିପରି ମୁମ୍ବାଇ ଏବଂ ଚେନ୍ନଇରେ ୧୪.୨ କିଲୋର ଅଣ ରିହାତି ଏଲପିଜି ସିଲିଣ୍ଡର ଦର ଯଥାକ୍ରମେ ୫୬୨ ଟଙ୍କ ଏବଂ ୬୦୬ ଟଙ୍କା ୫୦ ପଇସା ହୋଇଛି।

ଏହା ପୂର୍ବରୁ ଅଗଷ୍ଟରେ ଅଣ ରିହାତି ଏଲପିଜି ସିଲିଣ୍ଡର ଦାମ ୬୨ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା। ଉପଭୋକ୍ତାଙ୍କୁ ଅଗଷ୍ଟ ମାସରେ ୧୪.୨ କିଲୋର ରିହାତିଯୁକ୍ତ ଏଲପିଜି ସିଲିଣ୍ଡର ପାଇଁ ୫୪୭ ଟଙ୍କା ୫୦ ପଇସା ଦେବାକୁ ପଡୁଥିଲା।

Leave A Reply

Your email address will not be published.