କଟକ : କଟକ ସହରରେ ଥିବା ଶିଶୁ ଭବନ ହସ୍ପିଟାଲରୁ ଏସି ଚୋରି କରିବାକୁ ଯାଇ ଜଣେ ବ୍ୟକ୍ତି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଶନିବାର ଦିନ ସହରର ଶିଶୁ ଭବନର ଅଧିକାରୀମାନେ କ୍ୟାମ୍ପସରେ ଦୁର୍ଗନ୍ଧ ବାହାରୁଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ପରେ ସେଠାରେ ଖୋଜାଖୋଜି କରିବା ସମୟରେ ଶିଶୁ ଭବନ ହସ୍ପିଟାଲର କିଡନୀ ଓ୍ୱାର୍ଡକୁ ଲାଗି ରହିଥିବା ଏକ ଛୋଟ କୋଠାର ଛାତ ଉପରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।
ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ମୃତକଙ୍କ ପରିଚୟ ମିଳିନଥିବା ବେଳେ ପ୍ରମାଣ ପାଇଁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛି। ମୃତଦେହ ନିକଟରୁ ପୁଲିସ ଏକ ନଟ ବୋଲ୍ଡ ଟାଇଟ କରୁଥିବା ଏକ ଯନ୍ତ୍ର ଜବତ କରିଛି।
ସ୍ଥାନୀୟ କର୍ପୋରେଟର ଆରତୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ହସ୍ପିଟାଲର କିଡନୀ ଓ୍ୱାର୍ଡର ଏକ ଏସି ନିକଟରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ଏସିର ଆଉଟର ବକ୍ସ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏସି ମରାମତି ପାଇଁ କୌଣସି ଯନ୍ତ୍ରୀଙ୍କୁ ଡକା ଯାଇ ନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
Comments are closed.