Latest Odisha News

ପଲକ-ଇବ୍ରାହିମଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା: ଧରା ପକାଇଦେଲା ଜ୍ୟାକେଟ୍‌

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍ ଏବେ ଖୁବ୍ ଚର୍ଚ୍ଚାରେ । ସେ ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁଙ୍କୁ ଡ଼େଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳୁଛି । ଏନେଇ ପଚାରିଲେ ଦୁହେଁ ବନ୍ଧୁ ବୋଲି ପରିଚୟ ଦେଉଛନ୍ତି । ଶନିବାର ଉଭୟ ମୁମ୍ବାଇର ଜୁହୁ ପିଭିଆର ଭିତରକୁ ଯାଉଥିବାର ନଜର ଆସିଥିଲେ । ଫଟୋଗ୍ରାଫରଙ୍କୁ ଦେଖି ପଲକ ଲାଜେଇ ହସି ଦେଇ ଚାଲିଯାଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆଜିକାଲି ଇବ୍ରାହିମ ଓ ପଲକଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ହେଉଛି । ନିକଟରେ ପଲକ ଓ ଇବ୍ରାହିମ୍ ଏକାଠି ଫିଲ୍ମ ଦେଖିବାକୁ ଆସିଥିଲେ । ଉଭୟ ଅଲଗା ଅଲଗା କାରରେ ଆସି ଫିଲ୍ମ ହଲରେ ପହଞ୍ôଚଥିଲେ । ଫିଲ୍ମ ଦେଖିବା ପରେ ଦୁହେଁ ଭିନ୍ନ ଭିନ୍ନ ଗେଟ୍‌ରେ ବାହାରି ଚାଲିଯାଇଥିଲେ । କିନ୍ତୁ ଫିଲ୍ମ ହଲରୁ ବାହାରିବା ସମୟରେ ଇବ୍ରାହିମଙ୍କ ହାତରେ ପଲକଙ୍କ ଜ୍ୟାକେଟ୍ ଥିବା ଦେଖିବାକୁ ମିଳିଥିଲା । ଫଟୋଗ୍ରାଫର ନଜରରୁ ଦୂରେଇ ରହିବା ପାଇଁ ଏପରି କରିଥିବା ଜଣାଯାଇଛି । ମାତ୍ର ଜ୍ୟାକେଟ ଯୋଗୁ ଉଭୟେ ଧରାପଡ଼ି ଯାଇଥିଲେ । ପଲକ ଯେତେବେଳେ ଫିଲ୍ମ ଦେଖିବାକୁ ହଲ୍ ଭିତରକୁ ଯାଇଥିଲେ ସେତେବେଳେ ସେ ଏକ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବା ନଜର ଆସିଥିଲେ । ଫିଲ୍ମ ଦେଖି ବାହାରିବା ପରେ ପଲକ ଜ୍ୟାକେଟ ପିନ୍ଧି ନ ଥିଲେ । କିନ୍ତୁଏହି ଜ୍ୟାକେକଟ ଇବ୍ରାହିମ ଧରି ବାହାରକୁ ଆସିବା ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ପଲକ ସଲମାନ ଖାଁଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ନଜର ଆସିଥିଲେ । ସେହି ପରି ଇବ୍ରାହିମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଫିଲ୍ମଟି ଏବେ ରିଲିଜ ଅପେକ୍ଷାରେ ଅଛି ।

 

Comments are closed.