Latest Odisha News

ବଢ଼ୁଛି ଚାଉଳ ଦାମ, ଉତ୍ପାଦନ ହ୍ରାସ ପଛର କାରଣ କଣ ?

ନୂଆଦିଲ୍ଲୀ: ଟମାଟୋ ପରେ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି ଚାଉଳ । ବିଶ୍ୱରେ ଏବେ ଚାଉଳ ସଂକଟ ଦେଖା ଦେଇଛି । ଦୁନିଆ ବ୍ୟାପୀ ଚଳିତ ବର୍ଷ କମ୍ ଚାଉଳ ଉତ୍ପାଦିତ ହୋଇଥିବା ବେଳେ ଭାରତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛି ।

ଫିଚ୍ ସଲ୍ୟୁସନର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ କମିଛି ଚାଉଳର ଉତ୍ପାଦନ । ଆଗକୁ ମଧ୍ୟ ଉତ୍ପାଦନ ଆହୁରି ଖସିବ ବୋଲି ରିପୋର୍ଟରେ କୁହା ଯାଇଛି । ବିଶେଷକରି ପୂର୍ବ ତୁଳନାରେ ଚୀନ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରରେ ଚାଉଳର ଉତ୍ପାଦନ କମିଛି । ରିପୋର୍ଟ ଅନୁସାରେ, ବଜାରକୁ ଚଳିତ ବର୍ଷ ୧.୮୬ କୋଟି ଟନ୍ କମ୍ ଚାଉଳ ଆସିଛି ।

ଚାଉଳ ଉତ୍ପାଦନ ହ୍ରାସ ପାଇବା ପଛର କାରଣ ଋଷ-ୟୁକ୍ରେନ୍ ଯୁଦ୍ଧ, ଚାଉଳ ଉତ୍ପାଦନ କରୁଥିବା ଚୀନ ଓ ପାକିସ୍ତାନର ଖରାପ ପାଣିପାଗ ବୋଲି କୁହା ଯାଉଛି । ବିଶ୍ୱବ୍ୟାପୀ ଚାଉଳ ଉତ୍ପାଦନ ହ୍ରାସ ପାଇଥିବା ବେଳେ ସରକାର ଭାରତରୁ ବିଦେଶକୁ ଚାଉଳ ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି । ଫଳରେ ଦେଶରେ ଚାଉଳର ଦାମ୍ ବଢ଼ିବ ନାହିଁ ବୋଲି କୁହାଯାଉଛି । ତଥାପି ବଜାରରେ କେଜି ପିଛା ଚାଉଳ ଦାମ ବର୍ଷକ ମଧ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି ।

ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ରିପୋର୍ଟ ଅନୁସାରେ, ଭାରତରେ ୨୦୨୧-୨୨ ବର୍ଷରେ ୧୨୯, ୪୭୧ ଟନ୍ ଚାଉଳ ଉତ୍ପାଦନ କରାଯାଇଥିଲା । ୨୦୨୨-୨୩ ବର୍ଷରେ ଭାରତରେ ପ୍ରାୟ ୧୩୬, ୦୦୦ ଚାଉଳ ଉତ୍ପାଦନ ହୋଇଥିବା ବେଳେ ୨୦୨୩-୨୪ରେ ଉତ୍ପାଦନ ୧୩୪, ୦୦୦ ଟନକୁ ହ୍ରାସ ପାଇଛି ।

Comments are closed.