Latest Odisha News

କାଶ୍ମୀରରେ ଛୁଟି କାଟୁଛନ୍ତି ସାରା, ଗରିବ ପିଲାଙ୍କ ସହ ବିତାଉଛନ୍ତି ସମୟ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’ର ସଫଳତା ପରେ ଅଭିନେତ୍ରୀ ସାରା ଅଲି ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ମନ୍ଦିର ପରିଦର୍ଶନ କରୁଥିବା ବେଳେ ଆଉ କେତେବେଳେ ଅଟୋ ଓ ଟ୍ରେନ୍‌ରେ ଯାତ୍ରା କରି ଚର୍ଚ୍ଚାକୁ ଆସିଥାନ୍ତି । କାମରୁ ଟିକେ ଫୁରସତ ମିଳିବାରୁ ଏବେ ସେ କାଶ୍ମୀରରେ ଛୁଟି କାଟୁଥିବା ଦେଖିବାକୁ ମିଳିଛି । ଏହାର ଫଟୋ ଏବଂ ଭିଡିଓ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଭାଇରାଲ ଏକ ଫଟୋରେ ଦେଖିବାକୁ ମିଳିଛି ଯେ, ସାରା ଏକ ଛୋଟ ଦରଘାରେ ପ୍ରାର୍ଥନା କରୁଥିବା ନଜର ଆସିଛନ୍ତ । ଏହି ସମୟରେ ସେ ଧଳା ସ୍ୱେଟର୍ସ ଏବଂ ପ୍ୟାଣ୍ଟ ପିନ୍ଧିବା ସହିତ ମୁଣ୍ଡରେ ଏକ ହାଲ୍‌କା ଗୋଲାପୀ ରଙ୍ଗର ଓଡ଼ଣୀ ଘୋଡାଇ ହୋଇଛନ୍ତି । ଅନ୍ୟ ଏକ ଫଟୋରେ ସେ କିଛି ଗରିବ ଛୋଟ ପିଲାଙ୍କୁ କୋଳରେ ବସାଇ ସ୍ନେହ କରୁଛନ୍ତି । ତାଜିୱାସରେ ସ୍ଥାନୀୟ ପିଲାମାନଙ୍କ ସହ ନମସ୍ତେ ପୋଜ କରୁଥିବାର ଫଟୋ ଦେଖିବାକୁ ମିଳିଛି । ସେହିପରି ଆଉ ଗୋଟିଏ ଭିଡିଓରେ ସାରା ଜଣେ ସ୍ଥାନୀୟ ମହିଳାଙ୍କ ସହ ଏକ ତମ୍ବୁରେ ବସିଛନ୍ତି । ପରେ ମହିଳା ଜଣକ ସାରାଙ୍କ ପାଇଁ ଚା କରିବାକୁ ଛେଳି କ୍ଷୀର ଆଣୁଛନ୍ତି । ଏହିସବୁ ଫଟୋ ଓ ଭିଡ଼ିଓଙ୍କୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

ଏହାପୂର୍ବରୁ ସାରା ସୋନମର୍ଗ ଘାଟିରେ ଶୋଇଥିବା ଓ ଅମରନାଥ ଯାତ୍ରାର ଫଟୋ ସେୟାର କରିଥିଲେ । ଏହିସବୁ ଫଟୋ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ଛୁଇଁଥିଲା ।

Leave A Reply

Your email address will not be published.