ରାଜସ୍ଥାନ: ଆଜିକାଲି ଆମ ଦେଶରେ ହତ୍ୟା,ଲୁଟ୍,ଡ଼କାୟତି,ରାହାଜାନୀ ଆଦି ଦିନକୁ ଦିନ ବୃଦ୍ଧି ପାଉଛି । ପୋଲିସ ଯେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବି ଅପରାଧୀମାନେ ସେମାନଙ୍କ କାର୍ଯ୍ୟକଳାପରୁ ଦୂରେଇ ରହୁନାହାନ୍ତି । ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟବଡ଼ ଅପରାଧିକ ଘଟଣା ଘଟୁଥିବା ସାମ୍ନାକୁ ଆସିଥାଏ । ହେଲେ ରାଜସ୍ଥାନରେ ଏମିତି ଏକ ଅଞ୍ଚଳ ଅଛି, ଯେଉଁଠି ୨୫ ବର୍ଷ ଧରି ଅପରାଧିକ ମାମଲା ଅଭିଯୋଗ କୌଣସି ଥାନାରେ ବି ହୋଇନାହିଁ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ ।
ରାଜସ୍ଥାନର ଖିନ୍ଭସର ଅଞ୍ଚଳ । ଯେଉଁଠି ୨୫ ବର୍ଷ ହେଲାଣି ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଏହାର କାରଣ ଏଠାକାର ସରପଞ୍ଚଙ୍କ କାର୍ଯ୍ୟ ପାଇଁ । ଲୋକେ ତାଙ୍କୁ ସମ୍ମାନ ଦେବା ସହ ତାଙ୍କର ପ୍ରତ୍ୟେକ ନିୟମକୁ ମୁଣ୍ଡପାତି ସହି ଯାଆନ୍ତି । ସେ ଏହି ଗାଁରେ ୫ ଥର ସରପଞ୍ଚହୋଇଛନ୍ତିି । ଏହି ବ୍ୟକ୍ତ୍ି ଜଣକ ହେଲେ ଖିଭାନସର ସ୍ୱର୍ଗତ ପ୍ରେମସିଂହ ଭାଟିର । ସେ ଏବେ ଏ ଦୁନିଆରେ ନାହାନ୍ତି ସତ,ହେଲେ ତାଙ୍କ ନାମ ଗାଁର ପ୍ରତ୍ୟେକ ଲୋକଙ୍କ ଜିଭରେ ଅଛି । ଜନସାଧାରଣଙ୍କ ପ୍ରତି ତାଙ୍କର ସ୍ନେହ ଏବଂ ନ୍ୟାୟ ବ୍ୟବସ୍ଥା ସହିତ ସେ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଥିଲେ । ଗ୍ରାମବାସୀ ଖିଭାନସର ମୁଖ୍ୟ ବଜାରରେ ତାଙ୍କର ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି ।
୧୯୩୩ ମସିହା ଅଗଷ୍ଟ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପ୍ରେମ ସିଂ । ତାଙ୍କ ଜୀବନ ସର୍ବଦା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା । ସେ ସରପଞ୍ଚ ହେବା ପୂର୍ବରୁ ଖିଭାନସର ଦୁର୍ଗରେ କାମ କରୁଥିଲେ । ୧୯୬୫ ମସିହାରେ, ସେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ଏହାପରେ ଜନସାଧାରଣ ତାଙ୍କୁ କ୍ରମାଗତ ଭାବେ ପାଞ୍ଚ ଥର ସରପଞ୍ଚ କରିଥିଲେ । ୧୯୯୧ ରେ ତାଙ୍କର ଦେହାନ୍ତ ହୋଇଥିଲା । ପ୍ରେମ ସିଂ ଭାଟୀ ୧୯୬୫ ରୁ ୧୯୯୦ ପର୍ଯ୍ୟନ୍ତ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ ।
ସ୍ଥାନୀୟ ବାସିନ୍ଦା ଦେବୀ ସିଂ କହିଛନ୍ତି ଯେ, ପ୍ରେମ ସିଂ ତାଙ୍କ ନ୍ୟାୟ ପାଇଁ ଜଣାଶୁଣା । ଜାତି ଆଧାରରେ ସେ କେବେବି ନ୍ୟାୟ କରିନାହାଁନ୍ତି । ଯଦି କୌଣସି ଦୁଇ ଦଳ ମଧ୍ୟରେ ଝଗଡା ହେଉଥିଲା, ସେ ଉଭୟ ପକ୍ଷଙ୍କୁ ଡ଼ାକି ତାଙ୍କ ସାମ୍ନାରେ ବସି ନ୍ୟାୟ ପ୍ରଦାନ କରୁଥିଲେ । ଏହା ବ୍ୟତୀତ ଦୋଷୀଙ୍କୁ ମଧ୍ୟ ଦଣ୍ଡିତ କରାଯାଉଥିଲା । ସେ ଠିକ୍ ଭାବେ ନ୍ୟାୟ ଦେଉଥିବାରୁ ଲୋକେ ତାଙ୍କୁ ବହୁତ ସମ୍ମାନ କରନ୍ତି । ସେଥିଲାଗି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ଗାଁରେ ଗୋଟିଏ ବି ପୋଲିସ ମାମଲା ନ ଥିଲା ।
Comments are closed.