Latest Odisha News

BREAKING NEWS

ୟୁକ୍ରେନ ଯୁଦ୍ଧ ରୁଷିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି, ଉତରକୋରିଆ ଶରଣରେ ପୁତିନ !

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ ରୁଷିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ୟୁରୋପୀୟ ଦେଶର ସାହାଯ୍ୟରେ ୟୁକ୍ରେନ ଯୁଦ୍ଧରେ ତିଷ୍ଠି ରହିଥିବା ବେଳେ ରୁଷର କିନ୍ତୁ ଅସ୍ତ୍ରଶସ୍ତ୍ର ଶେଷ ହେବାରେ ଲାଗିଛି । ରିପୋର୍ଟ ମୁତାବକ ରୁଷ ଏହି ଅଭାବ ପୂରଣ ପାଇଁ ଉତରକୋରିଆକୁ ସାହାଯ୍ୟ ମାଗିଛି । ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ମଧ୍ୟ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି । ଏହା ମାଧ୍ୟମରେ ଉଭୟ ଦେଶ ଆମେରିକା ବିରୋଧରେ ଏକପ୍ରକାର ଏକତ୍ର ହୋଇପାରିଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ସହ ଉତର କୋରିଆ ଯାଇଛନ୍ତି ।

କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଉତରକୋରିଆ ବାହାର ବ୍ୟକ୍ତିଙ୍କୁ ଦେଶକୁ ଆସିବା ପାଇଁ ଅନୁମତି ପ୍ରଦାନ କରିଛି । ଏହା ବ୍ୟତୀତ ଚୀନର ଲୀ ହୋଙ୍ଗଜୋଙ୍ଗ ନେତୃତ୍ୱରେ କେନ୍ଦ୍ରୀୟ ନୀତି ନିର୍ଦ୍ଧାରଣ ସମିତି ଏଠାରେ ପଂହଚିଛି । ରୁଷକୁ ଅସ୍ତ୍ରଶସ୍ତ୍ର ବିକ୍ରି କରି ଉତରକୋରିଆ ଆର୍ଥୀକ ସ୍ଥିତି ସୁଧାରିବା ଲକ୍ଷ୍ୟରେ ରହିଛି । ତେବେ ଏହି ୩ ଆମେରିକା ବିରୋଧୀ ଦେଶ ଏକତ୍ର ହେବା ଅନ୍ୟମାନଙ୍କୁ ଚିନ୍ତାରେ ପକାଇଛି । ଆମେରିକା ରକ୍ଷା ବିଶେଷଜ୍ଞମାନେ ପୂର୍ବରୁ ଏ ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ଏପରିକି ଉତର କୋରିଆ ତେଲ ଯୋଗାଇବା ପାଇଁ ରୁଷ ଯୋଜନା କରୁଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି ।

Leave A Reply

Your email address will not be published.