Latest Odisha News

BREAKING NEWS

ରିଲିଜ ହେଲା ବାବୁସାନଙ୍କ ଆଗାମୀ ଫିଲ୍ମ ‘ମାଲ୍ୟଗିରି’ର ପ୍ରଥମ ଝଲକ

ଭୁବନେଶ୍ୱର: ଫିଲ୍ମ ‘ଦମନ’ ର ଦମଦାର ସଫଳତା ପରେ ପୁଣି ଆଉ ଏକ ଫିଲ୍ମରେ ଧମାକା କରିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି। ଜୁନ ୩୦ ତାରିଖରେ ଅଭିନେତା ନିଜ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ଼ ଉପହାର। ନିଜର ଆଗାମୀ ଫିଲ୍ମ ‘ମାଲ୍ୟଗିରି’ର ପ୍ରଥମ ଝଲକ ଗତକାଲି ସୋସିଆଲ ମିଡିଆରେ ରିଲିଜ କରିଛନ୍ତି।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ବାବୁସାନଙ୍କ ଫିଲ୍ମର ପ୍ରଥମ ଝଲକ ଟ୍ୱିଟରରେ ସେୟାର କରି ବାବୁସାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବାବୁସାନଙ୍କ ଓଡିଆ ଏବଂ ହିନ୍ଦୀ ଫିଲ୍ମ ‘ମାଲ୍ୟଗିରି’ ଦଶହରାରେ ଥିଏଟରରେ ରିଲିଜ ହେବ। ଫିଲ୍ମର ନିର୍ଦ୍ଦେଶକ ପୃଥ୍ୱୀରାଜ ପଟ୍ଟନାୟକ ଥିବା ବେଳେ ରିଙ୍କୁରିନୁ ଜେନା ଫିଲ୍ମର ପ୍ରଯୋଜକ ଏବଂ ସହ ପ୍ରଯୋଜକ ଅଟନ୍ତି ପ୍ରଣତି ଗୋଚ୍ଛାୟତ ଓ ବାବୁସାନ ମହାନ୍ତି।

ସୂଚନା ଥାଉକି, ୨୦୨୨ ରେ ମୁକ୍ତିଲାଭ କରିଥିବା ବାବୁସାନଙ୍କ ଫିଲ୍ମ ‘ଦମନ’କୁ ଦର୍ଶକ ଖୁବ୍ ପସନ୍ଦ ବି କରିଥିଲେ। ଏହି ଚଳଚ୍ଚିତ୍ରଟି ଓଡିଶା ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ନିର୍ମିତ। ଚଳଚ୍ଚିତ୍ରର ଜବରଦସ୍ତ ପ୍ରଦର୍ଶନ ପରେ ଦର୍ଶକମାନେ ଏହାର ହିନ୍ଦୀ ସଂସ୍କରଣ ପାଇଁ କ୍ରମାଗତ ଭାବରେ ଦାବି କରି ଆସୁଥିଲେ, ଯାହା ପରେ ପ୍ରାୟ ୫ ଶହ ସିନେମା ହଲ୍‌ରେ ହିନ୍ଦୀ ଭାଷାରେ ଚାଲିଥିଲା ଫିଲ୍ମ ‘ଦମନ’ । ଏହି ଫିଲ୍ମଟି  ଏବେ ଇଣ୍ଟରନେଟ୍ ମୁଭି ଡ଼ାଟାବେସ୍‌(ଆଇଏମଡ଼ିବି)ର ଫିଲ୍ମ ଟପ୍ ୧୦ ଲିଷ୍ଟରେ ୯ମ ସ୍ଥାନରେ ରହିଛି ।

Comments are closed.