Latest Odisha News

ଚିଦାମ୍ବରମଙ୍କ ପ୍ରଶ୍ନ: ବିଜେଡି କ’ଣ ଚାହେଁ ବାବୁଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ ସରକାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍କୁ ସମର୍ଥନ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଓ ଜଗନ ମୋହନ ରେଡ୍ଡୀଙ୍କ ଓ୍ୱାଇଏସଆର କଂଗ୍ରେସ। ଏହି ଦୁଇ ଦଳ କେଉଁ ସ୍ବାର୍ଥ ପାଇଁ ସମର୍ଥନ କଲେ ବା ଏହାକୁ ବିରୋଧ କରିଥଲେ କଣ ଫରକ ପଡ଼ିଥାନ୍ତା ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ। ମଙ୍ଗଳବାର ସେ ଟ୍ବିଟ୍ କରି କହିଛନ୍ତି ଯେ ଏହି ଦୁଇ ଶାସକ ଦଳ ବୋଧହୁଏ ଅଧ୍ୟାଦେଶ ବାବଦରେ ବୁଝିବାରେ ବିଫଳ ହୋଇଛନ୍ତି।

ଚିଦାମ୍ବରମ୍ କହିଛନ୍ତି, ମୁଁ ଦିଲ୍ଲୀ ସେବା ପ୍ରାଧିକରଣ ବିଲ୍କୁ ସମର୍ଥନ କରୁଥିବା ବିଜେପି ସାଂସଦଙ୍କୁ ବୁଝି ପାରୁଛି, କିନ୍ତୁ ମୁଁ ବୁଝି ପାରୁନାହିଁ ଯେ ବିଜେଡି ଏବଂ ଓ୍ବାଇଏସଆର କଂଗ୍ରେସ ଦଳ ଏହି ବିଲରେ କ’ଣ ରହିଛି ବୋଲି ଭାବି ସମର୍ଥନ କରିଛନ୍ତି।

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଶାସକ ଦଳମାନେ ୩ ଜଣିଆ ଅଧିକାରୀଙ୍କୁ ସମର୍ଥନ କରୁଛନ୍ତି କି ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି, ଯେଉଁଠି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଦୁଇ ଜଣ ଅଧିକାରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ପରିଚାଳିତ। ଆଉ ଏହି ଅଫିସରମାନେ ମୁଖ୍ୟମନ୍ତ୍ରୀଙ୍କ ବିନା ଅଂଶଗ୍ରହଣରେ ନିଷ୍ପତ୍ତି ନେଇପାରିବେ ଓ ତାଙ୍କ ଉପରେ ଅଙ୍କୁଶ ଲଗାଇପାରିବେ।

ଯେଉଁ ବ୍ୟବସ୍ଥାରେ ଦୁଇ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବିନା ଅଂଶଗ୍ରହଣରେ ନିଷ୍ପତ୍ତି ନେଇପାରିବେ, ସେଥିରେ ସେମାନଙ୍କର ଯୋଗ୍ୟତା କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ବ୍ୟବସ୍ଥାରେ ଦୁଇ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିପାରିବେ, ସେଥିରେ କ’ଣ ସେମାନଙ୍କୁ ଯୋଗ୍ୟତା ମିଳିଛି? ସେମାନେ କ’ଣ ସେହି ବ୍ୟବସ୍ଥାରେ ଯୋଗ୍ୟତା ପାଇଥିଲେ ଯେଉଁଠାରେ ଉପରାଜ୍ୟପାଳ ପ୍ରାଧିକରଣର ଏକ ସର୍ବସମ୍ମତ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରିପାରିବେ?

ଦିଲ୍ଲୀ ସରକାରର ମନ୍ତ୍ରୀମାନଙ୍କୁ ବାଦ୍ ଦେବା ପାଇଁ ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ “କ୍ଷମତା ଏବଂ କର୍ତ୍ତବ୍ୟ” ବ୍ୟାଖ୍ୟା କରିବାକୁ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରୁଥିବା ବ୍ୟବସ୍ଥାରେ ସେମାନେ ଯୋଗ୍ୟତା ପାଇଲେ କି?” ବିଲ୍ ପାସ୍ ହେଲେ ଅଫିସରମାନେ ମୁଖ୍ୟ ଓ ମନ୍ତ୍ରୀମାନେ ଅଧସ୍ତନ ହେବେ ବୋଲି କ’ଣ ଦୁଇ ଦଳ ହୃଦୟଙ୍ଗମ କରିଛନ୍ତି କି ନାହିଁ?

ଉଲ୍ଲେଖଯୋଗ୍ୟ, ଗତକାଲି ଏହି ପ୍ରସଙ୍ଗରେ ସଂସଦରେ ଗୃହମନ୍ତ୍ରୀ ଉପସ୍ଥାପନ କରିବା ପୂର୍ବରୁ ବିଜେଡି କେନ୍ଦ୍ର ସରକାରଙ୍କ ଏହି ଅଧ୍ୟାଦେଶକୁ ସମର୍ଥନ କରିଛି। ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବ ବିରୋଧରେ ମଧ୍ୟ ସରକାରଙ୍କୁ ସମର୍ଥନ କରିଛନ୍ତି ଆନ୍ଧ୍ର ଓ ଓଡିଶାର ଶାସକ ଦଳ। ଏହାପରେ ଚିଦାମ୍ବରମ ଏପରି ଏକ ଟ୍ବିଟ୍ କରିଛନ୍ତି।

Comments are closed.