Latest Odisha News

BREAKING NEWS

ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା; ଷ୍ଟୁଡିଓ ଭିତରୁ ମିଳିଲା ମୃତଦେହ

ମୁମ୍ବାଇ:ଆର୍ଟ  ଡାଇରେକ୍ଟର ତଥା ନିର୍ଦ୍ଦେଶକ  ନୀତିନ ଚନ୍ଦ୍ରଶେଖର ଦେଶାଇ ଆତ୍ମହତ୍ୟା କରିଛନ୍ତି । ୫୭ ବର୍ଷୀୀ ନୀତିନଙ୍କର ଏପରି ଅକାଳ ବିୟୋଗରେ ସାରା ବଲିଉଡ ସ୍ତବ୍ଧ ହୋଇ ଯାଇଛି । ନୀତିନ ବୁଧବାର ସକାଳେ ଆତ୍ମହତ୍ୟା କରିଛନ୍ତି । ମହାରାଷ୍ଟ୍ରର କର୍ଜାତ ସ୍ଥିତ  ତାଙ୍କ ଷ୍ଟୁଡିଓରୁ ତାଙ୍କର ମୃତଦେହ  ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି, ତଦନ୍ତ ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି କହିଛି ସ୍ଥାନୀୟ ପୋଲିସ ।

ରାଇଗଡ ଏସପି ସୋମନାଥ ଜର୍ଜଙ୍କ କହିବା ଅନୁଯାୟୀ, ଆଜି ସକାଳୁ ନୀତିନଙ୍କ ମୃତଦେହ ତାଙ୍କ ଡି.ଏନ ଷ୍ଟୁଡିଓରୁ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆମେ ସବୁ ଦିଗକୁ ନେଇ ଅନୁସନ୍ଧାନ କରୁଛୁ ।’ ଅନ୍ୟପକ୍ଷେ ଦେଶାଇଙ୍କ ଆର୍ଥିକ ସ୍ଥିତି ଭଲ ନ ଥିଲା । ତାଙ୍କ ଷ୍ଟୁଡିଓ ବି ଭଲ ଚାଲୁ ନ ଥିଲା । ସେଥିପାଇଁ ସେ  ମାନସିକ ଚାପରେ ମଧ୍ୟ ରହୁଥିଲେ । ସେଥିପାଇଁ ଆତ୍ମହତ୍ୟା କରଥାଇ ପାରନ୍ତି ବୋଲି କହିଛନ୍ତି କର୍ଜାତର ବିଧାୟକ ।

ଏ ନେଇ ବଲିଉଡ ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ‘ମୋର ଅତି ପ୍ରିୟ ବନ୍ଧୁ ନୀତିନ ଦେଶାଇ ଆଉ ନାହାନ୍ତି । ତାଙ୍କର ମୃତୃୁ  ଖବର ଶୁଣି ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି ଏବଂ ଏ କଷ୍ଟକୁ ସମ୍ଭାଳି ପାରୁନି ।’

ଏଠି କହିରଖିବୁ,  ନୀତିନ ୧୯୮୯ରେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।  ପରିନ୍ଦା ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ କାମ ଆରମ୍ଭ କରିଥିଲେ । ଏହା ବ୍ୟତୀତ ଅନେକ ସୁପରହିଟ୍ ଫିଲ୍ମ ପାଇଁ ସେ ସେଟ୍ ଡିଜାଇନ ମଧ୍ୟ କରିଛନ୍ତି । ପ୍ୟାର ତୋ ହୋନା ହି ଥା, ହମ ଦିଲ୍ ଦେ ଚୁକେ ସନମ, ମିଶନ କାଶ୍ମୀର, ରାଜୁ ଚାଚା, ଦେବଦାସ, ଲଗାନ, ବାଜିରାଓ ମସ୍ତାନୀ ଭଲି ସୁପରହିଟ୍ ଫିଲ୍ମରେ ଆର୍ଟ ଡାଇରେକ୍ଟର ଭାବେ କାମ କରିଥିଲେ ନୀତିନ

Leave A Reply

Your email address will not be published.