Latest Odisha News

କର୍ଣ୍ଣାଟକ ବିଧାୟକ ସବୁଠାରୁ ଧନୀ ; ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ

ଭୁବନେଶ୍ୱର:କର୍ଣ୍ଣାଟକରେ ସବୁ ନେତା ଧନୀ । କର୍ଣ୍ଣାଟକର ୨୨୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୪ କୋଟିରୁ ଅଧିକ ରହିଛି । ଅନ୍ୟପକ୍ଷେ ଓଡ଼ିଶାରେ ୧୧୩ ବିଧାୟକଙ୍କ ହାରାହାରି ସମ୍ପତ୍ତି ୪ କୋଟି । ଯାହା ମିଜୋରାମ ଓ  ସିକ୍କିମର  ବାର୍ଷିକ ବଜେଟ ୨୦୨୩-୨୪ ଠାରୁ ଅଧିକ ଅଟେ।ଏଡିଆର ରିପୋର୍ଟରୁ ସାମ୍ନାକୁ ଆସିଛି ଏପରି ସତ୍ୟ ।

ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ଓ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ,   ଦେଶର ୪୦୦୧ ଜଣ ବିଧାୟକଙ୍କ ସମ୍ପତ୍ତି ୩ଟି ରାଜ୍ୟର ବଜେଟଠାରୁ ବି ଅଧିକ । ଅନ୍ୟପକ୍ଷେ  ବିଜେପିଠାରୁ କଂଗ୍ରେସ ଓ ୱାଇଏସଆର କଂଗ୍ରେସ ବିଧାୟକଙ୍କ ପାଖରେ ସବୁଠୁ ଅଧିକ ସମ୍ପତ୍ତି ରହିଛି ।

ତଥ୍ୟ ଅନୁସାରେ, କର୍ଣ୍ଣାଟକର ୨୨୩ ବିଧାୟକଙ୍କ ପାଇଁ ମୋଟ ସମ୍ପତ୍ତି ହେଉଛି ୧୪, ୩୫୯  କୋଟି ଟଙ୍କା ।  ୨ୟରେ ରହିଛି ମହାରାଷ୍ଟ୍ର । ଏହି ରାଜ୍ୟର ୨୮୪  ଜଣ ବିଧାୟକଙ୍କ ସମ୍ପତ୍ତି ୬, ୬୭୯  କୋଟି ଟଙ୍କା ଏବଂ ଆନ୍ଧ୍ରପ୍ରଦେଶର ୧୭୪ ଜଣ ବିଧାୟକଙ୍କ ପାଖରେ ରହିଛି ୪, ୯୧୪  କୋଟି ଟଙ୍କା।

ସର୍ଭେ ରିପୋର୍ଟ ଅନୁସାରେ,  ୪୦୦୧ ବିଧାୟକଙ୍କ ପାଖରେ ରହିଛି ପାଖାପାଖି ୫୪, ୫୪୫ କୋଟି ଟଙ୍କାର ସମ୍ପତ୍ତି । ଏହାର ୨୬ ପ୍ରତିଶତ ସମ୍ପତ୍ତି ରହଛି କର୍ଣ୍ଣାଟକ ବିଧାୟକଙ୍କ ମଧ୍ୟରେ । ଏହି ସମ୍ପତ୍ତି ରାଜସ୍ଥାନ, ପଞ୍ଜାବ, ଅରୁଣାଚଳ ପ୍ରଦେଶ, ବିହାର, ଦିଲ୍ଲୀ, ଛତିଶଗଡ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଗୋଆ, ମେଘାଳୟ, ଓଡ଼ିଶା, ଆସାମ, ନାଗାଲାଣ୍ଡ, ଉତ୍ତରାଖଣ୍ଡ, କେରଳ, ପୁଡୁଚେରୀ, ଝାଡଖଣ୍ଡ, ସିକ୍କିମ, ମଣିପୁର, ମିଜୋରାମ, ତ୍ରିପୁରା ବିଧାୟକଙ୍କ ସମ୍ପତ୍ତିର ମିିଳିତ ମୂଲ୍ୟଠାରୁ ବି ଅଧିକ ।

ତ୍ରିପୁରା, ମଣିପୁର, ମିଜୋରାମ ବିଧାୟକଙ୍କର ସବୁଠାରୁ କମ ମୂଲ୍ୟର ସମ୍ପତ୍ତି ରହିଥିବା ରିପୋର୍ଟରେ ଦର୍ଶଯାଯାଇଛି । ତ୍ରିପୁରାର ୫୯ ବିଧାୟକଙ୍କ ମୋଟ ସମ୍ପତ୍ତି ୯୦ କୋଟି ଥିବାବେଳେ ମିଜାେରାମର ୪୦ ବିଧାକୟଙ୍କ ସମ୍ପତ୍ତିର ମୂଲ୍ୟ ୧୯୦ କୋଟି ଏବଂ ମଣିପୁରର ୬୦ ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨୫ କୋଟି ।

ରିପୋର୍ଟରେ ଆହୁରି କୁହାଯାଇଛି, ୧୩୫୬ ବିଜେପି ବିଧାୟକଙ୍କ  ହାରାହାରି ସମ୍ପତ୍ତିର ମୂଲ୍ୟ ୧୧.୯୭ କୋଟି ଥିବାବେଳେ ୭୧୯ କଂଗ୍ରେସ ବିଧାୟକଙ୍କ ପାଖରେ ୨୧.୯୭ କୋଟିର ସମ୍ପତ୍ତି ରହିଛି । ସେହିପରି ୧୬୧ ଆପ ବିଧାୟକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୦.୨୦ କୋଟି ରହିଛି ।

ତେବେ କୋଟିପତି ବିଧାୟକ ତାଲିକାରେ ଓଡିଶାର କେହି ନାହାଁନ୍ତି । ସର୍ବନିମ୍ନ ସମ୍ପତ୍ତି ଥିବା ଦେଶର ୧୦ ଜଣ ବିଧାୟକଙ୍କ ମଧ୍ୟରେ ଅଛନ୍ତି ରାୟାଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ।  ତାଙ୍କ ପା୍ଖରେ  ୧୫ ହଜାର ଟଙ୍କାର  ସ୍ଥାବର ସମ୍ପତ୍ତି ରହିଛି । ତାଙ୍କର ନାଁ ତାଲିକାର ନିମ୍ନରୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Comments are closed.