Latest Odisha News

BREAKING NEWS

କୋଚ ମୁହଁ ଖୋଲିଲେ, ଯଶସ୍ୱୀ ଜୈସୱାଲଙ୍କ ଗୁପଚୁପ ବିକ୍ରି କାହାଣୀର ସତ୍ୟତା ନାହିଁ

ନୂଆଦିଲ୍ଲୀ: ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଯଶସ୍ୱୀ ଜୈସୱାଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯ ବର୍ଷରୁ କମ ଟିମ ଏବଂ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମାତ୍ର କେତେକ ଫେକ କାହାଣୀ ଯୋଗୁ ତାଙ୍କ କୋଚ ଜ୍ୱାଲା ସିଂଙ୍କ ଶେଷରେ ମୁହଁ ଖୋଲିବାକୁ ପଡିଛି । ଜଣେ ଗୁପଚୁପ ବିକାଳୀର ପୁଅ ହୋଇଥିବା କିପରି କଠିନ ପରିଶ୍ରମ ବଳରେ ସେ ଏତେ ବାଟ ଆସି ପାରିଛନ୍ତି ସେ ନେଇ ଷ୍ଟୋରୀମାନ ପ୍ରକାଶ ପାଇଥିଲା । ତେବେ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ଯେଉଁ ଗୁପଚୁପ ବିକାଳୀଙ୍କୁ ତାଙ୍କ ବାପା ଭାବେ ଦର୍ଶାଯାଇଥିଲା ତାହା ବି ମିଛ । ଯଶସ୍ୱୀ ଜଣେ ସାହାଯ୍ୟକାରୀ ପିଲା । ଅଭାବ ଅସୁବିଧାରେ ଚଳଛି । କିନ୍ତୁ ଯାହା ଚିତ୍ରଣ କରାଯାଉଛି ତାହା ଠିକ ନୁହେଁ । ଏହା ଯଶସ୍ୱୀ, ମୋତେ ଓ ତାଙ୍କ ବାପାଙ୍କୁ ଆଘାତ ଦେଇଛି ।

ମୋ ସକ୍ଷମ ମୁତାବକ ଯଶସ୍ୱୀ କ୍ରିକେଟ ପାଇଁ ସମସ୍ତ ଆବଶ୍ୟକ ପୂରଣ କରିଛି । ତାଙ୍କ ବାପାଙ୍କର ଏକ ରଙ୍ଗ ଦୋକାନ ରହିଛି । ସେଥିରୁ ସେ କିଛି ଅର୍ଥ ପ୍ରତି ମାସରେ ପଠାଇଥାନ୍ତି । ଯଶସ୍ୱୀ ମୁମ୍ବାଇ ଆସିଲା ପରେ ତମ୍ବୁରେ ରହୁଥିଲା । ସେ ସମୟରେ ବହୁ କଷ୍ଟ ସହିଛି । ମୁଁ ଯେତେବେଳେ ତାଙ୍କୁ ପ୍ରଶିକ୍ଷଣ ଦେଲି, ଯଥାସମ୍ଭବ ସହଯୋଗ କରିଥିଲି । ମୋ ୯ ବର୍ଷର ପରିଶ୍ରମ ଓ ସମୟ ମୁଁ ଏହି ପ୍ରତିଭାବାନ ଖେଳାଳିକୁ ଦେଇଛି । ଏବେ ଗରିବ ବାପାଙ୍କ ପୁଅ ସଫଳତା ହାସଲ କରିବା ଷ୍ଟୋରି ପ୍ରକାଶ କରିବା ଟ୍ରେଣ୍ଡ ହୋଇଛି । ଯଶସ୍ୱୀ କିମ୍ବା ତାଙ୍କ ବାପା କେବେ ଗୁପଚୁପ ବିକି ନାହାନ୍ତି । ଜଣେ ସାମ୍ବାଦିକ ତାଙ୍କୁ ଜଣେ ଗୁପଚୁପ ବିକାଳୀଙ୍କ ପାଖେ ଛିଡା କରି ଫଟୋ ଉଠାଇଥିଲେ । ଏହା ପ୍ରସାରିତ ହେବା ପରେ ଭାଇରାଲ ହୋଇଥିଲା ବୋଲି କୋଚଜଣଙ୍କ କହିଛନ୍ତି ।

Leave A Reply

Your email address will not be published.