Latest Odisha News

BREAKING NEWS

ବାଂଲାଦେଶ କ୍ରିକେଟରେ ତାମିମଙ୍କ ନାଟକ ସରୁନି, ଅଧିନାୟକ ପଦରୁ ଦେଲେ ଇସ୍ତଫା

ଢ଼ାକା: ବାଂଲାଦେଶ କ୍ରିକେଟରେ ତାମିମ ଇକବାଲଙ୍କ ନାଟକ ସରିବା ନାମ ନେଉ ନାହିଁ । ଶୁକ୍ରବାର ତାମିମ ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତ । ଏଥିସହ ସେ ଆଘାତ ସମସ୍ୟା ଯୋଗୁ ଏସିଆ କପରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗତ ମାସରେ ଆଫଗାନିସ୍ତାନଠାରୁ ହାରିବା ପରେ ତାମିମ ସମସ୍ତଙ୍କୁ ଚକିତ କରି ଅବସର ଘୋଷଣା କରିଥିଲେ । ଏହାର ଦିନକ ପରେ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ଅନୁରୋଧ ରକ୍ଷା କରି ସେ ତାଙ୍କ ନିଷ୍ପତିରୁ ଓହରିଥିଲେ । ଏବେ ସେ କହିଛନ୍ତି ଯେ, ମୁଁ ବାଂଲାଦେଶ କ୍ରିକେଟ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଦିନିକିଆ ଅଧିନାୟକ ପଦରୁ ଓହରି ଯାଇଛି । ମୁଁ ଏବେ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ଟିମର ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛି ।

ବାଂଲାଦେଶ ବୋର୍ଡ ଡାଇରେକ୍ଟର ଜଲାଲ ୟୁନୁସ କହିଛନ୍ତି ଏଲ୪ ଓ ଏଲ୫ ଡିସ୍କ ଯୋଗୁ ସେ ଦୀର୍ଘ ଦିନ ହେବ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଏବେ ତାଙ୍କୁ ଇଂଜେକ୍ସନ ଦିଆଯିବ ସହ ଅଗଷ୍ଟ ୧୧ ପର୍ଯ୍ୟନ୍ତ ବିଶ୍ରାମ କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ପରେ ସେ ନେଟ୍ସକୁ ଫେରିପାରିବେ । ତାମିମଙ୍କର ଅପରେଶନ କରାଗଲେ ଆମକୁ ବିଶ୍ୱକପ ପାଇଁ ନୂତନ ଅଧିନାୟକ ଚୟନ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Comments are closed.