Latest Odisha News

ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ଆଉ ୫ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି । ପୂର୍ବରୁ ୨ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ୫ଟି ଗେଟ୍ ଖୋଲାଯାଇ ୭ଟି ଗେଟରେ ନିଷ୍କାସନ ହେଉଥିଲା ବନ୍ୟା ଜଳ । ସନ୍ଧ୍ୟାରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍ ଖୋଲିବା ସହ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ହୀରାକୁଦର ୧୨ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଥିବାରୁ ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କୁ ଆଲର୍ଟ କରାଯାଇଛି । ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସଚେତନ କରାଇବା ସହ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରୁଛି । ହୀରାକୁଦର ଉପର ମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ହୀରାକୁଦରୁ ଛଡ଼ା ଯାଉଛି ବନ୍ୟା ଜଳ ।

ହୀରାକୁଦ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଏବେ ଜଳ ଭଣ୍ଡାରରେ ୬୧୫.୮୩ ଫୁଟ୍ ଜଳ ରହିଛି । ଅନ୍ୟପଟେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । ୬ରୁ ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୬ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ପାଣିପାଗ ବିଭାଗ ଜାରି କରିଛି ୟେଲୋ ଆଲର୍ଟ ।

୭ ତାରିଖରେ ଘଡ଼ଘଡ଼ି ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ପୁରୀକୁ ୟେଲୋ ୱାର୍ଣ୍ଣିଂ ରହିଛି । ସେହିଭଳି ୮ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

Leave A Reply

Your email address will not be published.