Latest Odisha News

ମହିଳା ବିଶ୍ୱକପ ଫୁଟବଲ: ୪ଥର ଚାମ୍ପିୟନ ଆମେରିକା ବିଦା

ସିଡନୀ: ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୪ଥର ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକା ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇପାରିନି । ୨୦୦୩ର ରନର୍ସଅପ ସ୍ୱିଡେନ ଚାମ୍ପିୟନ ଆମେରିକାକୁ ସଡନ ଡେଥରେ ୫-୪ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ ରହିବା ପରେ ଅତିରିକ୍ତ ସମୟରେ ମଧ୍ୟ ଫଳାଫଳ ବାହାରିପାରି ନ ଥିଲା । ପେନାଲ୍ଟି ଶୁଟ ଆଉଟରେ ଉଭୟ ଦଳ ୩ଟି ଲେଖାଁଏ ଗୋଲ କରିଥିଲେ । ସଡନ ଡେଥରେ ସ୍ୱିଡେନ ବିଜୟୀ ହୋଇଥିଲା । ସ୍ୱିଡେନ କ୍ୱାର୍ଟରରେ ଜାପାନକୁ ଭେଟିବ ।

ପେନାଲ୍ଟି ଶୁଟ ଆଉଟରେ ଆମେରିକା ପକ୍ଷରୁ ଆଣ୍ଡି ସୁଲିଭାନ, ଲିଣ୍ଡସେ ହୋରାନ, କ୍ରିଷ୍ଟି ମୱେସି ଓ ସ୍ୱିଡେନ ତରଫରୁ ଫ୍ରିଡୋଲିନା ରୁଲଫୋ, ଏଲିନ ରୁବେନସନ ଓ ହାନ୍ନା ବେନିସିନ ଗୋଲ ଦେଇଥିଲେ । ଅନ୍ୟ ଏକ ମୁକାବିଲାରେ ନେଦରଲାଣ୍ଡ ୨-୦ ଗୋଲରେ ଦକ୍ଷିଣ ଆଫ୍ରିିକାକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛି । ପରବର୍ତୀ ରାଉଣ୍ଡରେ ସେମାନେ ସ୍ପେନକୁ ଭେଟିବ । ଏଥିସହ ଏହି ମେଗା ଇଭେଂଟର କ୍ୱାର୍ଟରଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି ।

Comments are closed.