Latest Odisha News

ନିଆରା ଢଙ୍ଗରେ ବାହାରିଲେ କାଉଡ଼ିଆ: ଷଣ୍ଢ ରୂପରେ ସଜ୍ଜାଇଲେ ବାଇକ୍‌, ପଛରେ ବସିଲେ ଶିବ, ହନୁମାନ

ବିହାର: ଏବେ ଶ୍ରାବଣ ମାସ ଚାଲିଛି । ଜଳାଭିଷେକ କରିବା ପାଇଁ ପ୍ରତ୍ୟେକ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମୁଛି । ଅନେକ ଭକ୍ତ ନିଷ୍ଠାର ସହିତ କଷ୍ଟ କରି ଚାଲି ଚାଲି ଜଳ ନେଇ ଯାଉଥିବା ବେଳେ ଆଉ କିଏ ଗାଡ଼ିରେ ଯାଉଛନ୍ତି । କିନ୍ତୁ ଏବେ ଜଳ ନେଇକି ଯିବା ଏକ ପ୍ରକାର ଫ୍ୟାଶନ ପାଲଟିଗଲାଣି । ସାଙ୍ଗ ମେଳରେ ମଜା ମସ୍ତି କରି ଅନେକ ଜଳ ନେଇ ଯାଉଥିବା ବେଳେ ଆଉ କିଏ ଭଗବାନ ଭୋଳେନାଥଙ୍କ ମୂର୍ତ୍ତି ସହ ଆକର୍ଷଣୀୟ ପୋଷାକ ପିନ୍ଧି ଯାଉଥିବା ନଜରକୁ ଆସୁଛନ୍ତି । ଏବେ ଅନେକ ନିଆରା ଢଙ୍ଗରେ କେମିତି ଜଳ ନେଇକି ଯିବେ ସେ ନେଇ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ସେହିପରି ବିହାରର ଜଣେ ବ୍ୟକ୍ତି କିଛି ଭକ୍ତଙ୍କୁ ସାଙ୍ଗରେ ଧରି ବୈଦ୍ୟନାଥ ମନ୍ଦିରରେ ଜଳାଭିଷେକ କରିବାକୁ ନିଆରା ଢଙ୍ଗରେ ବାହାରିଛନ୍ତି ,ଯାହା ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଔରାଙ୍ଗବାଦର ଡକ୍ଟର ଉପେନ୍ଦ୍ର କୁମାର ଶର୍ମା । ସେ ୧୯୯୪ ମସିହାରୁ ପ୍ରତିବର୍ଷ ଶ୍ରାବଣ ମାସରେ ଚାଲି ଚାଲି ଜଳାଭିଷେକ କରିବାକୁ ବୈଦ୍ୟନାଥ ମନ୍ଦିରକୁ ଯାଇଥାନ୍ତି । ହେଲେ ୨୦୧୫ ମସିହାରୁ ବାଇକ୍‌ରେ ଜଳାଭିଷେକ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କର ଏଥର ଯାତ୍ରା ପୁରା ଅଲଗା । ସେ ତାଙ୍କ ସାଙ୍ଗମାନଙ୍କ ସହିତ ନିଆରା ଢଙ୍ଗରେ ଜଳ ଧରି ବାହାରିଛନ୍ତି । ସେ ତାଙ୍କ ବାଇକ୍‌କୁ ଷଣ୍ଢ ଆକୃତିରେ ସଜାଇଛନ୍ତି । ଏଥି ସହ ବାଇକରେ ପ୍ରଭୁ ଶିବ ଓ ହନୁମାନଙ୍କ ମୂର୍ତ୍ତି ବସାଇ ଜଳ ନେଇ ଯାଉଛନ୍ତି । ତାଙ୍କର ଅନ୍ୟ ସାଙ୍ଗମାନେ ତାଙ୍କ ସହ ବାଇକ୍‌ରେ ଶୋଭାଯାତ୍ରା କରି ଯାଉଛନ୍ତି, ଯାହା ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।

ଡକ୍ଟର ଉପେନ୍ଦ୍ର କହିଛନ୍ତି ଯେ, ମୁଁ ଜଣେ କଳାକାର । ମୁଁ ଦୀର୍ଘ ବର୍ଷ ହେଲା ଜଳ ନେଇ ବୈଦ୍ୟନାଥ ମନ୍ଦିରକୁ ଯାଇଥାଏ । ଚଳିତ ବର୍ଷ କିଛି ଅଲଗା କରିବାକୁ ଚିନ୍ତା କରିଥିଲି । ସେଥିଲାଗି ମୋ ବାଇକ୍‌କୁ ଷଣ୍ଢର ଚେହେରାର ରୂପ ଦେଇଛି । ଏଥିଲାଗି ମୋତେ ୧୫ ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ତାଙ୍କର ଏପରି ବ୍ୟକ୍ତିଗତ ଉଦ୍ୟମକୁ ଅନ୍ୟ କାଉଡ଼ିଆମାନେ ବେଶ୍ ପସନ୍ଦ କରିଥିବା ଦେଖିବାକୁ ମିଳେ ।

Comments are closed.