Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କୁ ହଟାଇବା ପାଇଁ ଧମକ ଦେଇଥିଲା ଆମେରିକା; ସାମ୍ନାକୁ ଆସିଲା ବଡ ତଥ୍ୟ

ଇସଲାମବାଦ: ଇମ୍ରାନଙ୍କ ଉପରେ ଅସନ୍ତୁଷ୍ଟ ଥିଲା ଆମେରିକା । ସେଥିପାଇଁ ତାଙ୍କୁ ପିଏମ ପଦରୁ ହଟାଇବା ପାଇଁ ଚାପ ପକାଇଥିଲା  । ରୁଷ-ୟୁକ୍ରେନ ଯୁଦ୍ଧରେ ଇମ୍ରାନଙ୍କ ନିରପକ୍ଷ ଭୂମିକାକୁ ଦେଖି ଆମେରିକା ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ପାକିସ୍ତାନ ଉପରେ ଚାପ ପକାଇଥିଲା  । ପାକିସ୍ତାନ ମିଲିଟାରୀ ସୂତ୍ରରୁ ମିଳିଥିବା ଖବର ଆଧାରରେ ଏକଥା ପ୍ରକାଶ କରିଛି ଆମେରିକାର ଏକ ଖବର ପ୍ରସାରଣ ସଂସ୍ଥା ‘ଦ ଇଣ୍ଟରସେପ୍ଟ’ ।

ଅଗଷ୍ଟ ୯ ତାରିଖ ଏ ବିଷୟରେ ଖୁଲାସା କରିଛି ଦ ଇଣ୍ଟରସେପ୍ଟ । ଏହି ତଥ୍ୟ ଅନୁଯାୟୀ, ୨୦୨୨ ମାର୍ଚ୍ଚ ୭ ତାରିଖ ଆମେରିକା ବୈଦେଶିକ ବିଭାଗର ଅଧିକାରୀ ଏବଂ ଆମେରିକାରେ ପାକିସ୍ତାନ ରାଜଦୂତଙ୍କ ମଧ୍ୟରେ ଏକ ବୈଠକ ଡକା ଯାଇଥିଲା । ବୈଠକରେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ଇମ୍ରାନ ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଥିଲା ।

ଏହି ବୈଠକ ୟୁକ୍ରେନ ଉପରେ ରୁଷ ଆକ୍ରମଣର ୨ ସପ୍ତାହ ପରେ ହୋଇଥିଲା । ଠିକ ସେହି ସମୟରେ ଇମ୍ରାନ ମସ୍କୋ ଗସ୍ତରେ ଯାଇଥିଲେ । ଖାନଙ୍କର ଏହି ଗସ୍ତକୁ ନେଇ ଆମେରିକା କ୍ଷୁବ୍ଧ ଥିଲା । ବୈଠକରେ ଆମେରିକାର ଆସିଷ୍ଟାଣ୍ଟ ସେକ୍ରେଟେରୀ ଫର ବ୍ୟୁରୋ ଅଫ ସାଉଥ ଆଣ୍ଡ ସେଣ୍ଟ୍ରାଲ ଏସିଆନ ଆଫେୟାର ଡୋନାଲ୍ଡ ଲୁ ପାକିସ୍ତାନ ସମର୍ଥକଙ୍କ ଉଦ୍ଦେଶ୍ୟରେ କହିଥିଲେ, ରୁଷ-ୟୁକ୍ରେନ ଯୁ୍ଦ୍ଧରେ ଇମ୍ରାନ  ଏପରି ଆଭିମୁଖ୍ୟ କାହିଁକି ଦେଖାଉଛନ୍ତି ସେ ସମ୍ପର୍କରେ ଆମେରିକା ଏବଂ ୟୁରୋପର ଲୋକମାନେ ବେଶ ସଚେତନ  ।

ପାକିସ୍ତାନ ରାଜଦୂତ ଅସଦ ମଜୀଦ ଖାନ ଯେତେବେଳେ ନିଜ ସ୍ପଷ୍ଟୀକରଣ ଦେବାକୁ ଚାହୁଁଲେ ସେତେବେଳେ ଲୁ ତାଙ୍କୁ ପ୍ରତି ଜବାବରେ କହିଥିଲେ, ପିଏମଙ୍କ ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ । ଏକଥା ବି କହିଥିଲେ, ଯଦି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସେ ଏବଂ ସେଥିରେ ସଫଳତା ମିଳେ ତେବେ ଆମେରିକା ପକ୍ଷରୁ ସବୁକିଛି କ୍ଷମା କରି ଦିଆଯିବ ।

ଲୁ ଏକଥା ମଧ୍ୟ ଧମକ ଦେଇ କହିଥିଲେ ଯେ, ‘ନଚେତ ମୋତେ ଲାଗୁଛି, ଆଗକୁ ଯିବା କଠିନ ହେବ ।   ୟୁରୋପ ମଧ୍ୟ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ  କ୍ଷେତ୍ରରେ ୟୁଏସ ଲିଡରସିପକୁ ଅନୁସରଣ କରିବ ।’

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଇମ୍ରନ ଖାନ ଏ କଥା ଜାଣିଥିଲେ । ତେଣୁ ସେ ବାରମ୍ବାର ଆମେରିକା ଷଡଯନ୍ତ୍ର କଥା ଉଠାଉଥିଲେ । ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ପ୍ରଭାବିତ କରିବା ପାଇଁ ଆମେରିକା ପ୍ରୟାସ କରୁଥିବା ସେ କହୁଥିଲେ । ଏଥିରେ ଦେଶର ସେନା ଏବଂ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ହାତ ଥିବା କଥା ବି ସେ କହୁଥିଲେ । ଏପରକି କ୍ଷମତା ଯିବା ପରେ ମଧ୍ୟ ସେ ନିଜ ଦେଶରେ କରୁଥିବା ରାଲିରେ ତାଙ୍କ ସରକାରଙ୍କ ବିରୋଧରେ କହୁଥିବାବେଳେ ଆମେରିକାର ଏଇ ଷଡଯନ୍ତ୍ର କଥା ମଧ୍ୟ କହୁଥିଲେ ।

Comments are closed.