Latest Odisha News

BREAKING NEWS

ଟାଇମ ଟ୍ରାଭେଲ: ବ୍ୟକ୍ତିଙ୍କ ଦୃଢ଼ୋକ୍ତି, ସାଲ ୬୦୦୦ରୁ ସେ ପ୍ରତ୍ୟାବର୍ତନ କରିଛନ୍ତି

ନୂଆଦିଲ୍ଲୀ: ଟାଇମ ଟ୍ରାଭେଲକୁ ନେଇ ଅଦ୍ଭୁତପୂର୍ଣ୍ଣ ଓ ଅକଳ୍ପନୀୟ ତଥ୍ୟ ସର୍ବଦା ସମ୍ମୁଖକୁ ଆସିଥାଏ । ବୈଜ୍ଞାନିକମାନେ ଏ ସମ୍ପର୍କରେ ସଠିକ ତଥ୍ୟ ଉପସ୍ଥାପନ କରିପାରୁ ନ ଥିବାରୁ ଏହା ସତ୍ୟ ନା ମିଥ୍ୟା ତାହା ପ୍ରମାଣିତ ହୋଇପାରି ନାହିଁ । ନିକଟରେ ଜଣେ ବ୍ୟକ୍ତି ଏ ସମ୍ପର୍କରେ ଅଦ୍ଭୁତପୂର୍ଣ୍ଣ ବୟାନ ଦେଇଛନ୍ତି । ଅମର ଉଜାଲାରେ ପ୍ରକାଶିତ ଖବର ଅନୁସାରେ ସେ କହିଛନ୍ତି ମୁଁ ୩୯୭୭ରୁ ୬୦୦୦ ପର୍ଯ୍ୟନ୍ତର ବିଶ୍ୱକୁ ଆଗୁଆ ଦେଖିପାରିଛି । ସେ କହିଛନ୍ତି ଆଗାମୀ ଦିନରେ ସବୁ କିଛି ବଦଳି ଯାଇଥିବ । ଏପରିି ସେ ସମୟରେ ଦୁନିଆ କିପରି ଦେଖା ଯାଉଥିବ ତାର ଭିଡିଓ ମଧ୍ୟ ଜାରୀ କରିଛନ୍ତି । ଏହି ଭିଡିଓ ଅବଶ୍ୟ ସ୍ପଷ୍ଟ ଭାବେ କିଛି ଦେଖାଯାଉ ନାହିଁ । ୧୯୯୦ ଦଶକରେ ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ଏକ ଗୁପ୍ତ ଯୋଜନା ପ୍ରସ୍ତୁତ କରା ଯାଇଥିଲା । ଏଥିରେ ବ୍ୟକ୍ତି ଜଣଙ୍କ ସାମିଲ ହୋଇଥିଲେ ବୋଲି କହିଛନ୍ତି ।

୩୯୭୭ ପରେ ଲୋକେ ସମ୍ପୂର୍ଣ୍ଣ ଭାବେ ଜ୍ଞାନକୌଶଳ ବ୍ୟବହାରରେ ଚଳିବେ । ରୋବୋଟ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସି ଯୁଗରେ ଲୋକେ ବହୁତ କଷ୍ଟରେ ଚଳିବେ । ଏହା ପ୍ରକାଶ କରିବା ସମୟରେ ସେ କାନ୍ଦି ପକାଇଥିଲେ । ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଏହି ପରୀକ୍ଷଣରେ ମୁଁ ମୋ ପ୍ରିୟ ସାଙ୍ଗକୁ ହରାଇଛି । ସେ ଭଲରେ ଥିଲେ ମଧ୍ୟ ମୁଁ ତାକୁ ଆଉ ଭେଟିପାରିବି ନାହିଁ । ୨୦୨୮ ପରେ ଟାଇମ ଟ୍ରାଭେଲ ସମ୍ପର୍କରେ ଲୋକମାନେ ଜାଣିପାରିବେ ବୋଲି ବ୍ୟକ୍ତିଜଣଙ୍କ କହିଛନ୍ତି ।

Leave A Reply

Your email address will not be published.