Latest Odisha News

କଂଗ୍ରେସ ବିଧାୟିକାଙ୍କ ବିବାଦୀୟ ବୟାନ: ରାହୁଲଙ୍କୁ କ’ଣ ଝିଅ ଅଭାବ ଯେ ୫୦ ବର୍ଷର ମହିଳାଙ୍କୁ ସେ ଫ୍ଲାଇଂ କିସ୍ ଦେବେ

ନୂଆଦିଲ୍ଲୀ: ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ବିବାଦ ଥମୁନି । ସଂସଦରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସକୁ  ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ ଆଣିଥିଲେ । ଏହା ସଂସଦର ମହିଳାଙ୍କ ପ୍ରତି ଅପମାନ ବୋଲି ବିଜେପି ସାଂସଦମାନେ କହି ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ବିବାଦରେ ଆଜି ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ରାହୁଲଙ୍କ  ଫ୍ଲାଇଂ କିସକୁ ନେଇ କଂଗ୍ରେସର ମହିଳା ବିଧାୟକ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଜାତୀୟ ରାଜନୀତି ପଡୁଛ ଉଠୁଛି ।

ବିହାରର କଂଗ୍ରେସ ବିଧାୟକ ନୀତୁ ସିଂହ ଏକ ବିବାଦୀୟ ତଥା ଲଜ୍ଜାଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି, ରାହୁଲଙ୍କୁ ଫ୍ଲାଇଂ କିସ ଦେବା ପାଇଁ ଝିଅଙ୍କର ଅଭାବ ନାହିଁ । ଯଦି ତାଙ୍କୁ ଫ୍ଲାଇଂ କିସ ଦେବାର ଅଛି ସେ ସ୍ମୃତି ଇରାନୀଙ୍କ ପରି ୫୦ ବର୍ଷର ବୁଢୀଙ୍କୁ କାହିଁକି ଫ୍ଲାଇଂ କିସ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ନୀତୁ ସିଂହଙ୍କ ଏପରି ବୟାନ ପରେ ଫ୍ଲାଇଂ କିସ ବିବାଦ ପୁଣି ତେଜିବାକୁ ଆରମ୍ଭ କରିଛି ।

ନବାଦା ଜିଲ୍ଲାର ହିସୁଆ ନିର୍ବାଚନମଣ୍ଡଳୀର ବିଧାୟିକା ନୀତୁ ସଂହ । ସଂସଦରେ  ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜନତା ତାଙ୍କୁ ଜବାବ ମାଗିଥିଲେ । ଏହାର ଉତ୍ତର ଦେବାକୁ ଯାଇ ନୀତୁ ସିଂହ କହିଥିଲେ ‘ଆମର ରାହୁଲଜୀଙ୍କ ପାଖରେ ଝିଅଙ୍କର ଅଭାବ ନାହିଁ । ଯଦି ତାଙ୍କୁ ଫ୍ଲାଇଂ କିସ ଦେବାର ଅଛି ତେବେ କୌଣସି ଯୁବତୀଙ୍କୁ ଦେବେ । ୫୦ ବର୍ଷର ବୁଢୀଙ୍କୁ କାହିଁକି ଦେବେ ? ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭୀତ୍ତିହୀନ । ’

କଂଗ୍ରେସ ମହିଳା ବିଧାୟିକାଙ୍କର ଏପରି ବୟାନକୁ ନେଇ ବିଜେପି କଡା ଜବାବ ମାଗିଛି । ବିଜେପି ନେତା ନୀତୁ ସିଂହଙ୍କ ବୟାନକୁ ନେଇ ଭର୍ତ୍ସନା କରିବା ସହ ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ।

ବିଜେପିର ଅନ୍ୟଜଣେ ପ୍ରବକ୍ତା  ଶହଜାଦ ପୁନାବାଲା ମଧ୍ୟ ନୀତୁ ସିଂହଙ୍କ ବୟାନକୁ ସମାଲୋଚନା କରି କହିଛନ୍ତି, ମହିଳା ବିରୋଧୀ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଅଭଦ୍ରାମୀରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ଯେ କୌଣସି ସୀମାକୁ ଯାଇପାରନ୍ତି ।

Comments are closed.