Latest Odisha News

ପୁଣି ଚର୍ଚ୍ଚାରେ ଶାବାନା ଆଜ୍‌ମୀ: ଧର୍ମେନ୍ଦ୍ରଙ୍କ ସହ ପୁରୁଣା ଫଟୋ କଲେ ସେୟାର

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶାବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ପୂର୍ବରୁ ଧର୍ମେନ୍ଦ୍ର ଓ ଶାବାନା ନିଜର ପ୍ରତିକ୍ରିୟା ଦେଇସାରିଛନ୍ତି । ଏବେ ଶାବାନା ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।

ଶାବାନା ସେୟାର କରିଥିବା ଫଟୋଟି ହେଉଛି ଫିଲ୍ମ ‘ମର୍ଦୋ ୱାଲି ବାତ୍‌’ ର । ଏହି ଫିଲ୍ମରେ ଦୁହିଁଙ୍କ ଅଭିନୟକୁ ଲୋକେ ବେଶ୍ ପସନ୍ଦ କରିଥିଲେ । ଧର୍ମେନ୍ଦ୍ର ଓ ଶାବାନାଙ୍କ ଏହି ଯୋଡ଼ି ଫଟୋଟି ଦେଖି ପ୍ରଶଂସକମାନେ ପୁରୁଣା ଦିନକୁ ଫେରି ଯାଇଛନ୍ତି । ପ୍ରଶଂସକମାନେ ସେମାନଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ।

Comments are closed.