Latest Odisha News

BREAKING NEWS

ଖାଲି ଭାରତ ନୁହେଁ ୧୫ ଅଗଷ୍ଟରେ ଏହିସବୁ ଦେଶ ବି ପାଳନ୍ତି ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ଚଳିତ ବର୍ଷ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ। ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ୱାଧୀନ ହେବା ପରଠାରୁ ପ୍ରତିବର୍ଷ ଏହି ଦିନକୁ ଧୁମଧାମର ସହ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। କିନ୍ତୁ ୧୫ ଅଗଷ୍ଟରେ ଭାରତ ଏହାର ସ୍ୱାଧୀନତା ପାଳନ କରିବାରେ ଏକମାତ୍ର ଦେଶ ନୁହେଁ। ଭାରତ ବ୍ୟତୀତ ଆହୁରୀ ୫ଟି ଦେଶ ରହିଛି, ଯେଉଁମାନେ ଆଜିର ଦିନରେ ସ୍ୱାଧୀନତା ପାଇଥିଲେ। ୧୫ ଅଗଷ୍ଟରେ ଏହିସବୁ ଦେଶ ବି ପାଳନ୍ତି ସ୍ୱାଧୀନତା ଦିବସ। ସେହି ଦେଶ ଗୁଡିକ ହେଲା ବହାରେନ, ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଲିଚଟେଷ୍ଟାଇନ୍ ଏବଂ ରିପବ୍ଲିକ୍ ଅଫ୍ କଙ୍ଗୋ।

କଙ୍ଗୋ ହେଉଛି ଏକ ଗଣତାନ୍ତ୍ରିକ ଦେଶ ଯାହା ଆଫ୍ରିକୀୟ ମହାଦେଶର ମଧ୍ୟଭାଗରେ ଅବସ୍ଥିତ, ଯାହା ଭାରତର ସ୍ୱାଧୀନତାର ୧୩ ବର୍ଷ ପରେ ୧୫ ଅଗଷ୍ଟ ୧୯୬୦ରେ ମୁକ୍ତ ହୋଇଥିଲା। ଏହାପୂର୍ବରୁ ୧୮୮୦ ରୁ ସ୍ୱାଧୀନତା ପର୍ଯ୍ୟନ୍ତ, ଏହା ଫ୍ରାନ୍ସ ଦ୍ୱାରା ଅଧିକୃତ ହୋଇଥିଲା। ଆଫ୍ରିକା ମହାଦେଶରେ କଙ୍ଗୋ ହେଉଛି ତୃତୀୟ ବୃହତ୍ତମ ଦେଶ।

୧୯୪୫ ମସିହାରେ ଅଗଷ୍ଟ ୧୫ ତାରିଖରେ ନର୍ଥ ଓ ସାଉଥ୍ କୋରିଆକୁ ଜାପାନଠାରୁ ସ୍ୱାଧୀନତା ମିଳିଥିଲା। ୧୯୭୧ ମସିହା ଅଗଷ୍ଟ ୧୫ରେ ବାହାରେନ୍ ଇଂରେଜମାନଙ୍କ କବଳରୁ ମୁକ୍ତି ପାଇଥିଲା। ୧୯୬୦ ମସିହା ଅଗଷ୍ଟ ୧୫ ତାରିଖରେ ଫ୍ରାନ୍ସକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଘୋଷଣା କରାଯାଇଥିଲା। ସେହିପରି ୧୯୪୦ ମସିହା ଅଗଷ୍ଟ ୧୫ ତାରିଖରେ ଲିଚଟେଷ୍ଟାଇନ୍ ମଧ୍ୟ ସ୍ୱାଧିନ ହୋଇଥିଲା।

Comments are closed.