Latest Odisha News

ସୁପ୍ରିମକୋର୍ଟ ଜାରି କଲେ ହ୍ୟାଣ୍ଡବୁକ୍ : ଯୁକ୍ତି ଶୁଣାଣି କିମ୍ବା ରାୟ ଘୋଷଣାରେ ମହିଳାଙ୍କ ପ୍ରତି ‘ଷ୍ଟେରିଓଟାଇପ’ ଶବ୍ଦ ବ୍ୟବହାର କରାଯିବ ନାହିଁ

ନୂଆଦିଲ୍ଲୀ: ମହିଳାମାନଙ୍କ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି  ସୁପ୍ରିମ କୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି । ମହିଳା ସମ୍ପର୍କିତ ଆଇନଗତ ଫାଇଲପତ୍ରରେ, ବିଚାରବେଳେ ହେଉଥିବା ଯୁକ୍ତିରେ  ତଥା କୋର୍ଟ ରାୟରେ ‘ଷ୍ଟେରିଓଟାଇପ’ ଶବ୍ଦର ବ୍ୟବହାର କରାଯାଇ ପାରିବ ନାହିଁ । ସୁଜେଆଇ ଡିୱାଇ ଚନ୍ଦ୍ରଚୂଡ ନ୍ୟାୟିକ ନିଷ୍ପତ୍ତିରେ ଲିଙ୍ଗଜନିତ ରୁଢିବାଦକୁ ଉଠାଇ ଦେବା ପାଇଁ ଏକ ହାଣ୍ଡବୁକ ଲଞ୍ଚ କରିଛନ୍ତି । ଆଇନର ଦିଗକୁ ବୁଝାଇବା ପାଇଁ ତଥା ମହିଳାଙ୍କୁ ନେଇ ବ୍ୟବହାର ହେଉଥିବା ରୁଢିବାଦ ଶବ୍ଦକୁ ବନ୍ଦ କରିବା ପାଇଁ ‘ଲିଙ୍ଗ ଜନିତ ରୁଢିବାଦର ମୁକାବିଲା’ ଶୀର୍ଷକ ଏକ ପୁସ୍ତକ ଜାରି କରିଛନ୍ତି । ଏଥରେ ପୂର୍ବ ନିଷ୍ପତ୍ତିରେ ମହିଳାଙ୍କ ପାଇଁ ବ୍ୟବହୃତ ଶବ୍ଦକୁ ଦର୍ଶାଯାଇଛି ।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ଅନେକ ଶବ୍ଦ ଅଛି ଯାହାର ବ୍ୟବହାର ଅନୁଚିତ  । ହେଲେ ଜଜମାନଙ୍କ ଦ୍ୱାରା ଏହାକୁ ବ୍ୟବହାର କରାଯାଉଛି । ହାଣ୍ଡବୁକର ଅର୍ଥ ଆଲୋଚନା କରିବା କିମ୍ବା ନିଷ୍ପତ୍ତି ଉପରେ ସନ୍ଦେହ କରିବା ନୁହେଁ । ଏହାର ଉଦ୍ଦେଶ୍ୟ ହେଉଛି  ଅଜାଣତରେ କିପରି ରୁଢିବାଦର ବ୍ୟବହାର କରାଯାଉଛି । ବିଶେଷ କରି ମହିଳାମାନଙ୍କ ବିରୋଧରେ କ୍ଷତିକାରଣ ରୁଢିବାଦିତାର ଉପଯୋଗ ବିରୋଧରେ ସଚେତନତା ବଢାଇବା  । ଏହାର ଉଦ୍ଦେଶ୍ୟ ହେଉଛି ରୁଢିବାଦ କ’ଣ ?

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଘୋଷଣା କରିଛନ୍ତି,  ସୁପ୍ରିମ କୋର୍ଟ ଲିଙ୍ଗଜନିତ ରୁଢିବାଦିତାର ମୁକାବିଲା କରିବା ପାଇଁ ଏକ ହ୍ୟାଣ୍ଡବୁକ ପ୍ରସ୍ତୁତ କରିଛନ୍ତି । ବିଚାରପତି ଏବଂ ଆଇନଗତ ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଏହି ରୁଢିବାଦକୁ ଜାଣିବା ଓ ବୁଝିବା ତଥା ଏହାର ମୁକାବିଲା କରିବା ପାଇଁ ଏହି ପୁ୍ସ୍ତକ ସହାୟତା କରିବ । ଏହା ସୁପ୍ରିମକୋର୍ଟ ୱେବସାଇଡରେ ଅପଲୋଡ ହେବ ।

Comments are closed.