Latest Odisha News

ବାସ୍ନା ଯେପରି, ହିତକାରୀ ବି ସେପରି: ଶରୀର ପାଇଁ ଉପକାରୀ ଗୋଲାପ

ଭୁବନେଶ୍ଵର: ଗୋଲାପ ଫୁଲ ଦେଖିବା ପାଇଁ ଯେତେ ସୁନ୍ଦର, ତାର ବାସ୍ନା ବି ସେତେ ମଧୁର । ଗୋଲାପର ମହକରେ ପୁରା ବାତାବରଣ ଖୁସିରେ ଭରି ଯାଏ । ଏଥିପାଇଁ ସବୁ ବ୍ୟକ୍ତି ତାଙ୍କ ପ୍ରେମ କୁ ବ୍ୟକ୍ତ କରିବା ପାଇଁ ଗୋଲାପ ଫୁଲର ବ୍ୟବହାର କରନ୍ତି । ଏମିତି କି ଏ ଫୁଲ ରେ ସାଜସଜ୍ଜା ହୁଏ, ଏଥିରେ ତିଆରି ଫେସପ୍ୟାକ୍ ଓ ଗୋଲାପ ଜଳ ଲଗେଇଲେ ମୁଁହର ସୁନ୍ଦରତା ବଢେ । ବାଲକୋନିରେ ଯଦି ଗୋଲାପ ଗଛ ଅଛି, ତେବେ ଏହି ଫୁଲର ବାସ୍ନା ଶରୀର ପାଇଁ ହିତକାରୀ ହୋଇଥାଏ। ଶୟନକକ୍ଷରେ ଯଦି ଗୋଲାପ ଫୁଲତୋଡ଼ା ରଖୁଛନ୍ତି ତେବେ ଏହାର ବାସ୍ନାରେ ରାତିବେଳା ଭଲ ନିଦ ହୋଇଥାଏ । ଏପରିକି ଘରେ ଯଦି ଗୋଲାପ ବାସ୍ନାର ଅତର ବ୍ୟବହାର କରାଯାଏ କିମ୍ବା ଗୋଲାପ ଅଗରବତି ଲଗାଯାଏ, ତାହା ପିଲାଙ୍କ ପାଠପଢ଼ା ପାଇଁ ଖୁବ୍ ଉତ୍ତମ । ତେବେ ଆସନ୍ତୁ ଜାଣିବା ଏହି ଫୁଲ ଆମ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ …

ଏଥିରୁ ତିଆରି ଔଷଧି ରେ ମଧ୍ୟ କେତେ ରୋଗ ଭଲ ହୋଇଯାଏ । ଏ ଫୁଲ ରେ ଅନେକ ପୋଷକ ତତ୍ତ୍ଵ ରହିଛି ଯଥା ଫଲବୋନଇଡ୍ସ, ବାୟୋଫଲବୋନଇଡ୍ସ, ସେଟ୍ରିକ ଏସିଡ, ଫ୍ରୁକ୍ଟୋଜ୍, ମୌଳିକ ଏସିଡ, ଟେନିନ ଓ ଜିଙ୍କ ଇତ୍ୟାଦି । ଏସବୁ ଆମ ଶରୀର ଓ ତ୍ଵଚା କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ହାର୍ଟ୍ ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ ଗୋଲାପର ପାଖୁଡ଼ା । ହାର୍ଟ୍ ରୋଗରୁ ଭଲ ହେବାପାଇଁ ଅର୍ଜୁନ ଗଛର ଛାଲ ଓ ଗୋଲାପ ପାଖୁଡ଼ାକୁ ପାଣିରେ ଫୁଟାଇ କାଢା‌ ତିଆରି କରି ସେହି ପାଣିକୁ ପିଇଲେ ହାର୍ଟ୍ ରୋଗରୁ ସାମାନ୍ୟ ମୁକ୍ତି ମିଳିଥାଏ । ବେଶୀ ଗରମ ପଡ଼ିଲେ ଡିହାଇଡ୍ରେସନ୍ର ସମସ୍ୟା ଦେଖାଦିଏ । ଏ ସମୟରେ ଗୋଲାପ ପାଖୁଡ଼ା ରେ ଚିନି ମିଶାଇ ତିଆରି ଔଷଧି, ଗୁଲକାନ୍ଦ୍ କୁ ଖାଇଲେ ଶରୀର ସତେଜ ରହେ । ଏହାଦ୍ଵାରା ଶରୀର ରେ ପାଣି ର ଅଭାବ ଦୂର ହୁଏ ।

ସବୁଦିନ ୧୦ ରୁ ୧୨ ପାଖୁଡ଼ାକୁ ପାଣିରେ ଫୁଟେଇ ପିଇଲେ ଓଜନ କମିଥାଏ ଓ ଆରାମ ବି ମିଳିଥାଏ । ଝିଅ ମାନଙ୍କ ପିରିୟଡ୍ସ ଦିନ ଗୁଡିକ ରେ ବେଶୀ କଷ୍ଟ ହେଲେ, ଗୁଲକନ୍ଦ୍ ଖାଇବା ଉଚିତ୍ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ କଷ୍ଟ ଦୁର କରେ । ଯଦି ଆପଣ ଙ୍କ ପାଟି ଭିତରେ ଘା ହେଇଥାଏ ତ ଦିନ କୁ ୨ ଥର ଗୁଲକନ୍ଦ୍ ଖାଆନ୍ତୁ । ଏହା ପେଟ ଭିତରକୁ ଯାଇ ଶରୀରକୁ ଥଣ୍ଡା ଦିଏ ଓ ଘା ଠାରୁ ବି ଆରାମ ମିଳିଥାଏ ।

Comments are closed.