Latest Odisha News

ରାଜଧାନୀରେ ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଞ୍ଚଳରେ ଜଣେ ଅଭିନେତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଦୁଇଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ରାତି ପାଖପାଖି ୨ ଟାରେ ଅଭିନେତ୍ରୀ ଜଣଙ୍କ ସୁଟିଂ ସାରି ନିଜର କିଛି ସହ କଳାକାରଙ୍କ ସହ ସାଲେପୁରରୁ ନିଜ କାର ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏହି ଦୁଇ ଅଭିଯୁକ୍ତ ସେମାନଙ୍କ ଗାଡିକୁ ଅଟକାଇ ଡ୍ରାଇଭରକୁ ଗାଡି ବାହାରକୁ ଘୋଷଡ଼ି ନେଇ ତଳେ ପକାଇ ଦେଲେ।

ସେପଟେ ଅଭିନେତ୍ରୀ ଜଣଙ୍କ ସହଯୋଗ ଲାଗି ପୋଲିସକୁ ଫୋନ କରୁଥିବା ବେଳେ ଅଭିଯୁକ୍ତ ମାନେ ଅଭିନେତ୍ରୀଙ୍କୁ ଅସଦାଚରଣ କରିଥିବା ସୂତ୍ରରୁ ପ୍ରକାଶ ।

Comments are closed.