Latest Odisha News

BREAKING NEWS

ଭେଜିଟେବଲ ମ୍ୟାନ, ଯିଏ ୩୦ ବର୍ଷ ଧରି ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ: ବାସ୍ତବରେ ତାଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ । କାରଣ ନିଜ ଉଦ୍ୟମ ଯୋଗୁ ସେ ପରିଚିତି ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରି ଆସୁଛନ୍ତି । ଏହା ହେଉଛି ଉତ୍ତରପ୍ରଦେଶ ଲକ୍ଷେ୍ନା÷ର ଭେଜିଟେବଲ ମ୍ୟାନ ଭାବେ ପରିଚିତ ବିନୋଦ କୁମାର ପାଣ୍ଡେଙ୍କ କାହାଣୀ ।

ଲକ୍ଷ୍ନୌରେ ରୁହନ୍ତି ବିନୋଦ କୁମାର ପାଣ୍ଡେ । ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ତାଙ୍କ ଘରର ଛାତ ଏବଂ ବଗିଚାରେ ସବୁ ପ୍ରକାର ପନିପରିବା ଚାଷ କରିଛନ୍ତି । ୩୦ ବର୍ଷ ଧରି ସେ ଏହା କରିଆସୁଛନ୍ତି । ଫଳରେ ତାଙ୍କୁ ବଜାରରୁ ଆଉ ପରିବା କିଣିବାକୁ ପଡୁନି । ଆଜିକାଲି ଟମାଟୋ ମହଙ୍ଗା ହେବା ମଧ୍ୟ ବିନୋଦଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ । କାରଣ ସେ ତାଙ୍କ ଛାତରେ ବହୁ ସଂଖ୍ୟକ ଟମୋଟୋ ଲଗାଇଛନ୍ତି । ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ସେ ‘ଲକ୍ଷ୍ନୌର ଭେଜିଟେବଲ ମ୍ୟାନ’ ଭାବେ ବେଶ୍ ପରିଚିତ ।

ବିନୋଦ କହିଛନ୍ତି, ପିଲାଦିନରୁ ସେ ପରିବେଶକୁ ବହୁତ ଭଲ ପାଆନ୍ତି । ୧୪ ବର୍ଷ ବୟସରେ ସେ ତାଙ୍କ ବାପାଙ୍କ ସହ ଏକ ଗୁଆ ବଗିଚା ରୋପଣ କରିଥିଲେ । ୧୯୯୪ରେ ଲକ୍ଷ୍ନୌକୁ ଆସି ଗୋମତି ନଗରରେ ଏକ ଘର ନେଇ ଏଠାରେ ଟମାଟୋ ଚାଷ କରିଥିଲେ । ବିନୋଦଙ୍କ ପ୍ରବେଶ ଦ୍ୱାରରେ ପୁଦିନା ଏବଂ ଛୋଟ ଗୁଜୁରାତି ଗଛ ଲଗାଯାଇଛି । ସେହିପରି ତାଙ୍କ ବାଲକୋନୀ ଓ ଛାତରେ ବାଇଗଣ,ଲେମ୍ବୁ, ତିନୋଟି କିସମର କଖାରୁ, କାକୁଡି, କଞ୍ଚା ଲଙ୍କା, ଟମାଟୋ, ଗାଜର,ମୂଳା, ଝୁଡ଼ଙ୍ଗ, କଲରା ଆଦି ଚାଷ କରିଛନ୍ତି । ତାଙ୍କୁ କେବଳ ବଜାରରୁ ଆଳୁ ଏବଂ ପିଆଜ କିଣିବାକୁ ପଡ଼ିଥାଏ । ତାଙ୍କ ଛାତରେ ଫଳିଥିବା ଗୋଟିଏ ଟମାଟୋ ୨୫୦ ଗ୍ରାମର ରହିଛି । ଆଖପାଖର ଲୋକଙ୍କୁ ସେ ଏହି ଟମାଟୋ ବାଣ୍ଟିଥାନ୍ତି । ଏହି କାର୍ଯ୍ୟ ପାଇଁ ସରକାର ତାଙ୍କୁ ଅନେକ ଥର ସମ୍ମାନିତ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ତାଙ୍କର ପରିଶ୍ରମର ଫଳ ପାଇଛନ୍ତି ।

Comments are closed.