Latest Odisha News

BREAKING NEWS

କନିଆ ମୁହଁରେ କେକ୍ ବୋଳିବା ମହଙ୍ଗା ପଡ଼ିଲା: ବିବାହର ଦିନକ ପରେ ବରକୁ ମିଳିଲା ଛାଡ଼ପତ୍ର ନୋଟିସ

କୁହାଯାଏ, ବିବାହ ହେଉଛି ଜନ୍ମ ଜନ୍ମାନ୍ତରର ବନ୍ଧନ । ସାରାଜୀବନ ଦୁଃଖସୁଖରେ ସାଥୀ ହେବା ପାଇଁ ଶପଥ ନିଅନ୍ତି । କିନ୍ତୁ ବେଳେବେଳେ ଏହି ବନ୍ଧନ ଗୋଟିଏ ଦିନରେ ହିଁ ଭାଙ୍ଗିଯାଇଥାଏ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବର ଖୁସିରେ କନ୍ୟାର ମୁହଁରେ କେକ୍ ଲଗାଇ ଦେବାରୁ ତାଙ୍କୁ ପରିଣତି ଭୋଗିବାକୁ ପଡ଼ିଛି । ବିବାହର ଗୋଟିଏ ଦିନରେ କନ୍ୟା କରିଛି ଛାଡପତ୍ର ପାଇଁ ଆବେଦନ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

BjdElectrycity

ଯୁବତୀ ଜଣକ ପ୍ରେମ ବିବାହ କରିଥିଲେ । ଦୀର୍ଘ ୫ ବର୍ଷ ପ୍ରେମ ସମ୍ପର୍କ ପରେ ସେମାନେ ବିବାହ କରିଥିଲେ । ଯୁବତୀ ଜଣକ ଥଟାମଜା ପସନ୍ଦ କରନ୍ତି ନାହିଁ । ଜନ୍ମଦିନ ହେଉ ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ କେକ୍ କାଟିବା ପରେ ମୁହଁରେ ବୋଳିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ପ୍ରେମିକାଙ୍କ ଅଭ୍ୟାସ ସମ୍ପର୍କରେ ତାଙ୍କ ପ୍ରେମିକ ଭଲ ଭାବେ ଜାଣିଥିଲେ । କିନ୍ତୁ ବିବାହର ରିସେପ୍ସନ ପାର୍ଟିରେ ପ୍ରେମିକରୁ ସ୍ୱାମୀ ପାଲଟିଥିବା ଯୁବକ ଜଣକ ଖୁସିରେ ତାଙ୍କ ପତ୍ନୀଙ୍କ ମୁହଁରେ କେକ୍ ଲଗାଇବାକୁ ଚେଷ୍ଟା କରିଥିଲେ । ସେ ଯେତେ ମନା କଲେ ବି ଯୁବକ ଜଣକ କିିଛି ଶୁଣି ନ ଥିଲେ । ଗୋଡ଼େଇ ଗୋଡ଼େଇ ଯୁବତୀଙ୍କ ମୁହଁରେ କେକ୍ ଲଗାଇଥିଲେ । ଯାହାକୁ ସେ ପସନ୍ଦ କରି ନ ଥିଲେ । ଯୁବତୀ ରାଗିଯାଇ ସେଠାରୁ ଚାଲି ଯାଇଥିଲେ । ତା ପରଦିନ ସେ ଛାଡପତ୍ର ମାଗିଥିଲେ ।

ଘଟଣା ନିର୍ଦ୍ଧିଷ୍ଟ ଭାବେ କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ । ତେବେ ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଲା, ଅନେକ ଲୋକ ଏହାକୁ ମହିଳାଙ୍କ ଅତ୍ୟଧିକ ପ୍ରତିକ୍ରିୟା ବୋଲି କହିଥିଲେ । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହା ଏକ ହାସ୍ୟାସ୍ପଦ । ସେହିପରି ଆଉ ଜଣେ ଲେଖିଛନ୍ତି ଯେ ପୁଅଟି ଏଥିରୁ ମୁକ୍ତି ପାଇବା ଭଲ ।

Leave A Reply

Your email address will not be published.