Latest Odisha News

BREAKING NEWS

କ୍ରେଡିଟ୍ କାର୍ଡ ଜରିଆରେ ଠକୁଥିଲା କୁଖ୍ୟାତ ଠକ, ୩୩ ଲକ୍ଷ ଟଙ୍କା ଲୁଟି ଇଞ୍ଜିନିୟର ଗିରଫ

ଭୁବନେଶ୍ୱର: କ୍ରେଡିଟ୍‌ କାର୍ଡ ଜରିଆରେ ସାଙ୍ଗମାନଙ୍କୁ ଠକୁଥିଲା କୁଖ୍ୟାତ ଠକ। ୩୩ ଲକ୍ଷ ଟଙ୍କା ଚୂନ ଲଗାଇଥିବା କମ୍ପ୍ୟୁଟର ଇଞ୍ଜିନିୟରକୁ ଗିରଫ କଲା କମିଶନରେଟ୍ ପୋଲିସ। ଗିରଫ ଅଭିଯୁକ୍ତ ହେଲା ଯାଜପୁର ବ୍ୟାସନଗର ଅଞ୍ଚଳର ଦୁଷ୍ମନ୍ତ ରାଉତ।

ସାଙ୍ଗମାନଙ୍କ କ୍ରେଡିଟ୍‌ କାର୍ଡରୁ ଟଙ୍କା ନେଇ ପରେ ଧରା ଛୁଆଁ ଦେଉନଥିଲା ଦୁଷ୍ମନ୍ତ। ସାଙ୍ଗମାନଙ୍କ ଠାରୁ ଟଙ୍କା ନେଇ ଇନଭେଷ୍ଟ କରି ଅଧିକ ଲାଭ ଦେବ କହି ଠକି ଆସୁଥିଲା। ତେବେ ଅଭିଯୋଗ ପାଇବା ପରେ ଠକ ଉପରେ ମାଡିବସିଲା ନୟାପଲ୍ଲୀ ପୋଲିସ। ଦୁଷ୍ମନ୍ତ ନାଁରେ ଆସିଥିବା ଅଭିଯୋଗ ଆହୁରି ଲମ୍ବିବ ବୋଲି ପୋଲିସ ସନ୍ଦେହ କରୁଛି। କଟକରେ ମଧ୍ୟ ଏକାଧିକ ଲୋକଙ୍କୁ ଠକେଇ କରିଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। କଟକ ଓ ଭୁବନେଶ୍ୱରରୁ ଠକେଇ କରି ବର୍ଷେ ହେଲା ଫେରାର ଥିଲା ଅଭିଯୁକ୍ତ।

Comments are closed.