Latest Odisha News

ଆମ୍ରି ହସ୍ପିଟାଲସ ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ୨୦୧୯ ଉପଲକ୍ଷେ ଏକ କଂଟିନିଅସ୍ ଫିଜିଓଥେରାପି ଏଡୁକେସନ୍ (ସି.ପି.ଇ) କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯେଉଁଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ୧୦୦ରୁ ଅଧିକ ପେସାଦାର ଫିଜିଓଥେରାପି ବିଶାରଦମାନେ ଅଂଶଗ୍ରହଣ କରିଛନ୍ତି ।

ଲୋକମାନଙ୍କୁ ଚଳନକ୍ଷମ, ସୁସ୍ଥକର ଏବଂ ସ୍ୱାଧୀନ କରିବା ଦିଗରେ ସମାଜ ପ୍ରତି ଫିଜିଓଥେରାପି ବିଶାରଦମାନଙ୍କ ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ସାରା ବିଶ୍ୱରେ ବିଶ୍ୱ ଫିଜିଓଥେରାପି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଏସ୍ ଶ୍ରୀନିବାସ ରାଓ (ଆଇଏଚ୍ଏସ୍ର ପ୍ରଫେସର ଓ ଏଚ୍ଓଡି, ଏନ୍ଆଇଏଲ୍ଡି କୋଲକାତାର ପୂର୍ବତନ ଏଚ୍ଓଡି) ଏବଂ ସମ୍ମାନିତ ଅତିଥି ଭାବେ ଡକ୍ଟର ପତିତପାବନ ମହାନ୍ତି (ଏସ୍ଭିନିରତାରର ଏଚ୍ଓଡି) ଯୋଗ ଦେଇଥିଲେ ।

ପୁନଶ୍ଚ, ଆମ୍ରି ହସ୍ପିଟାଲସର ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଏକ କଂଟିନିଅସ ଫିଜିଓଥେରାପି ଏଡୁକେସନ (ସି.ପି.ଇ) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏଥିରେ ଅଂଶଗ୍ରହଣ କରିଥିବା ପେସାଦାର ଫିଜିଓଥେରାପି ବିଶାରଦମାନଙ୍କୁ ଫିଜିଓଥେରାପି କ୍ଷେତ୍ରରେ ହୋଇଥିବା ଉନ୍ନତି ବିଷୟରେ ଅବଗତ କରାଯାଇଥିଲା ଯାହା ସାଧାରଣ ଜନତା ଓ ରୋଗୀମାନଙ୍କ ପାଇଁ ଲାଭଦାୟକ ହେବ ।

ଡକ୍ଟର ଏସ୍ ଶ୍ରୀନିବାସ ରାଓ ଫିଜିଓଥେରାପିରେ ସିରିଆକ୍ସ ପ୍ରଯୁକ୍ତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଡକ୍ଟର ପତିତପାବନ ମହାନ୍ତି ଫିଜିଓଥେରାପି ବିଶାରଦମାନଙ୍କୁ ମାନୁଆଲ୍ ଥେରାପି ବିଷୟରେ ବୁଝାଇଥିଲେ । ଡକ୍ଟର ଅନୁଜ ତିୱାରୀ, ଉପସଭାପତି ଓ ୟୁନିଟ ମୁଖ୍ୟ, ଆମ୍ରି ହସ୍ପିଟାଲସ ଭୁବନେଶ୍ୱର କହିଛନ୍ତି ଯେ, “ରୋଗରୁ ଉପଶମ ପାଇଁ ପୁନରୁଦ୍ଧାର ଏବଂ ପ୍ରତିଷେଧମୂଳକ ସ୍ତରରେ ଉପ·ର ମାଧ୍ୟମରେ ଫିଜିଓଥେରାପି ବିଶାରଦ\nମାନେ ଉପଶମର ସବୁ ସ୍ତରରେ ରୋଗୀଙ୍କ ଯତ୍ନ ନେବାରେ ସହାୟତା ପ୍ରଦାନ କରିଥାନ୍ତି ।’ ଏହି ଅବସରରେ ନିଲାଜଂନା ମୁଖାର୍ଜୀ (ଏଭିପି ଅପରେସନ୍) କହିଛନ୍ତି ଯେ “ବିଶେଷଜ୍ଞ ଓ ବୈଷୟିକ ଦୃଷ୍ଟିକୋଣରୁ ଦକ୍ଷ ଫିଜିଓଥେରାପି ବିଶାରଦଙ୍କ ଯୋଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ରହଣୀ ସମୟ (ଏଲ୍ଓଏସ୍) ହ୍ରାସ ପାଇଛି କାରଣ ଉପଶମ ଶୀଘ୍ର ହେଉଛି ।”

ଡାକ୍ତର ମହମ୍ମଦ ଜାଭେଦ, ମହାପ୍ରବନ୍ଧକ, ମେଡିକାଲ ପ୍ରଶାସନ କହିଛନ୍ତି ଯେ, “ରୋଗୀର ଯନ୍ତ୍ରଣାମୁକ୍ତ ଚଳାଚଳ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ଫେରାଇ ଆଣିବାରେ ଫିଜିଓଥେରାପି ସହାୟକ ହେଉଛି ଓ ଏହା ବ୍ୟକ୍ତିର ଆଘାତ, ଅସୁସ୍ଥତା ଏବଂ ଭିନ୍ନକ୍ଷମତା ପୂର୍ବର ଅନୁଭବ ଫେରାଇ ଆଣିବାରେ ସକ୍ଷମ ହେଉଛି ।” ଡକ୍ଟର ଶିବାନୀ ଶଙ୍କର ତ୍ରିପାଠୀଙ୍କ (ପିଟି) ନେତୃôତ୍ୱରେ ଓ ଡକ୍ଟର ପ୍ରିୟବ୍ରତ ମିଶ୍ର, ଡକ୍ଟର ସରୋଜ ମହାପାତ୍ର, ଡକ୍ଟର ଅମିତ ସାନ୍ତ୍ରା ଓ ଅନ୍ୟ ଉତ୍ସର୍ଗୀକୃତ ପେସାଦାର ଦକ୍ଷ ଫିଜିଓଥେରାପି ଟିମ୍ ସଦସ୍ୟଙ୍କ ଦ୍ୱାରା ଆମ୍ରି ହସ୍ପିଟାଲସ୍ଭୁ ବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିଓଥେରାପି ଆଣ୍ଡ ରିହାବିଲିଟେସନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆମ୍ରି ହସ୍ପିଟାଲସ୍ରେ ଦୈନିକ ୧୫୦ରୁ ଅଧିକ ରୋଗୀ ଫିଜିଓଥେରାପି ଚିକିତ୍ସା ପ୍ରାପ୍ତ କରୁଛନ୍ତି ।

Comments are closed.