Latest Odisha News

ଚନ୍ଦ୍ରଯାନ-୩ର ସଫଳତା: ବଲିଉଡ଼ରେ ରହିଛି ଚାନ୍ଦକୁ ନେଇ ଅନେକ ଲୋକପ୍ରିୟ ଗୀତ

ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ ଆଜି ସଫଳତାର ସହ ସପ୍ଟ ଲ୍ୟାଣ୍ଡିଂ କରିଛି । ଏହି ଦିନ ବିଶ୍ୱ ମହାକାଶ ଗବେଷଣା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଛି ଭାରତ । ପୂର୍ବର ଦୁଇଟି ଅଭିଯାନର ତ୍ରୁଟିକୁ ସଂଶୋଧନ କରି ଏଥର ଶହେରୁ ଶହେ ଭାରତ ମାଜି ମାରିଛି । ଚାନ୍ଦକୁ ନେଇ ଆମ ମନରେ ଅନେକ ଭାବପ୍ରବଣତା ରହିଛି । ସେହିପରି ବଲିଉଡ୍‌ର ସଂପର୍କ ବି ଚାନ୍ଦ ସହ ଖୁବ୍ ଗଭୀର । ବଲିଉଡ଼ରେ ଚାନ୍ଦକୁ ନେଇ ଅନେକ ଲୋକପ୍ରୀୟ ଗୀତ ରହିଛି ।

ଆମୀର ଖାନ୍ ଓ କାଜଲଙ୍କ ଅଭୀନିତ ଫିଲ୍ମ ‘ଫନା’ରେ ରହିଛି ଚାନ୍ଦକୁ ନେଇ ଏକ ସୁନ୍ଦର ଗୀତ । ଏଥିରେ ଥିବା ‘ଚାନ୍ଦ୍ ସିଫାରିସ୍‌’ ଗୀତ ଆଜି ବି ଅନେକ ଲୋକଙ୍କର ପ୍ରିୟ ଗୀତ । ଏହି ଗୀତରେ ସେ ଦୁଇ ଜଣଙ୍କ ଅଭିନୟ ଏବଂ ରୋମାନ୍ସ ସମସ୍ତଙ୍କ ମନକୁ ଛୁଇଁଥିଲା ସେହିପରି ଐଶ୍ୱର୍ଯ୍ୟା ରାୟ ଓ ସଲ୍‌ମାନ ଖାନ୍‌ଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ’ ଫିଲ୍ମର ‘ଚାନ୍ଦ ଛୁପା ବାଦଲ୍ ମେ’ ଗୀତର ଯାଦୁ ସମସ୍ତଙ୍କୁ ମତୁଆଲା କରିଥିଲା । ଏଥିରେ ଦୁହିଁଙ୍କ କେମେଷ୍ଟ୍ରି ଏକଦମ ଜବରଦସ୍ତ ଅଛି । ଶାହରୁଖଖ ଖାନ୍‌ଙ୍କ ଫିଲ୍ମ ‘ୟେସ୍ ବସ୍‌’ ରେ ମଧ୍ୟ ରହିଛି ଚାନ୍ଦକୁ ଏକ ସୁନ୍ଦର ଗୀତ । ‘ଚାନ୍ଦ୍ ତାରେ ତୋଡ୍ ଲାଉଁ’ ଗୀତ ସମସ୍ତଙ୍କୁ ପସନ୍ଦ ଆସଥିଲା । ଏଥିରେ ଶାହରୁଖଙ୍କ ମଜାକିଆ ଅନ୍ଦାଜ ସଭିଙ୍କୁ ତାଙ୍କର ଦିୱାନା ବନାଇଥିଲା ।

ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ଅଭିନୀତ ‘ଯକ୍ଷ୍ମ’ ଫିଲ୍ମର ‘ଗଲି ମେଁ ଆଜ୍ ଚାନ୍ଦ୍ ନିକଲା’ ଗୀତ ସବୁ ଦର୍ଶକଙ୍କ ମନକୁ ଛୁଇଁଥାଏ । ‘ପଡ଼ୋସନ୍‌’ ଫିଲ୍ମର ‘ମେରେ ସାମ୍‌ନେ ବାଲି ଖିଡ଼ିକି ମେ ଏକ ଚାନ୍ଦ୍ କା ଟୁକଡ଼ା ରେହେତି ହେ’ ଗୀତ ମଧ୍ୟ ଚାନ୍ଦ ଉପରେ ଥିବା ଅନ୍ୟତମ ଲୋକପ୍ରିୟ ଗୀତ ।

Comments are closed.