Latest Odisha News

BREAKING NEWS

ବିଭିନ୍ନ ଦେଶର ବିରୋଧ ସତ୍ୱେ ଜାପାନ ସମୁଦ୍ରକୁ ଛାଡିଲା ଫୁକୁଶିମା ନ୍ୟୁକ୍ଲିୟର ପ୍ଲାଂଟର ରେଡିଓ ଆକ୍ଟିଭ ପାଣି

ଟୋକିଓ: ବିଭିନ୍ନ ଦେଶର ବିରୋଧ ସତ୍ୱେ ଜାପାନ ଫୁକୁଶିମା ନ୍ୟୁକ୍ଲିୟର ପ୍ଲାଂଟର ରେଡିଓ ଆକ୍ଟିଭ ପାଣି ପ୍ରଶାନ୍ତ ମହାସାଗରକୁ ଛାଡିଛି । ଜାପାନ ସମୟ ଅନୁସାରେ ଦ୍ୱିପ୍ରହର ୧ଟା ବେଳେ ଏହାର ପ୍ରୋସେସ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ୨ ଲକ୍ଷ ଲିଟର ପାଣତି ଛଡାଯିବ ବୋଲି ଜାପାନ ଟାଇମ୍ସରେ ଖବର ପ୍ରକାଶ ପାଇଛି । ପରେ ଏହାକୁ ବୃଦ୍ଧି କରାଯାଇ ୪.୫୦ ଲିଟର କରାଯିବ । ନ୍ୟୁକ୍ଲିୟର ପ୍ଲାଂଟକୁ ମେଂଟେନ କରୁଥିବା ଟିଇପିସିଓ କମ୍ପାନୀ ଅନୁସାରେ ଅଳ୍ପ ପାଣି ଛଡାଯିବା ପରେ ସ୍ଥିତି ଅନୁଧ୍ୟାନ କରିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ୨୦୧୧ରେ ଭୂମିକମ୍ପ ଓ ସୁନାମୀ ଯୋଗୁ ଏହି ପ୍ଲାଂଟରେ ବିସ୍ଫୋରଣ ହୋଇଥିଲା । ଏହାକୁ ଥଣ୍ଡା ରଖିବା ପାଇଁ ପାଣିର ବ୍ୟବହାର କରାଯାଇଥିଲା । ସେବେଠାରୁ ୧୩୩ କୋଟି ଲିଟର ରେଡିଓ ଆକ୍ଟିଭ ପାଣି ଏଠାରେ ଜମା ହୋଇ ରହିଛି । ଏଥିରୁ ମୁକ୍ତି ପାଇବା ପାଇଁ ଜାପାନ ଏହି ପନ୍ଥା ଆପଣାଇଛି ।

ତେବେ ଚୀନ, ଦକ୍ଷିଣ କୋରିଆ ଏବଂ ଅନ୍ୟ କେତେକ ଦେଶ ଏହା ସପକ୍ଷରେ ନାହାନ୍ତି । ସମୂଦ୍ରରେ ଏହି ପାଣି ମିଶିଲେ ବିଭିନ୍ନ ମାଛ ଏବଂ ସାମୁଦ୍ରିକ ଜୀବ ମାଧ୍ୟମରେ ମଣିଷ ଶରୀରେ ଏହା ପଂହଚିବା ଆଶଙ୍କା ରହିଛି । ଯଦି ଏହା ହୁଏ ତେବେ କ୍ୟାନ୍ସର ପରି ମାରାତ୍ମକ ରୋଗ ବୃଦ୍ଧି ପାଇବ । ଏହା ବ୍ୟତୀତ ସି ଫୁଡ କାରୋବାରରେ ବ୍ୟାପାରରେ ମଧ୍ୟ କ୍ଷତି ଘଟିବ । ହଂକଂ ଏବେଠାରୁ ଜାପାନ ଓ ଚୀନରୁ ସି ଫୁଡ ଆମଦାନୀକୁ ବନ୍ଦ କରି ଦେଇଛି । ଏହି ଦେଶଗୁଡିକରୁ ରପ୍ତାନୀ ହେଉଥିବା ସାମୁଦ୍ରିକ ମାଛ ଏବଂ ପ୍ରାଣୀ ପ୍ରତି ଅନ୍ୟ ଦେଶମାନଙ୍କ ଆଗ୍ରହ ରହିବ ନାହିଁ ।

Comments are closed.