Latest Odisha News

ଓଡିଶା ପ୍ରସିଦ୍ଧ ମା ‘କାଳିଜାଈ’ ପୀଠ: ଜାଣନ୍ତୁ ଏହି ପୀଠର ମହିମା

ଖୋର୍ଦ୍ଧା: ଭାରତ ହେଉଛି ମନ୍ଦିରର ଭଣ୍ଡାର । ଏଠାରେ ରହିଛି ଅନେକ ଛୋଟ ବଡ ମନ୍ଦିର । କିଛି ମନ୍ଦିରର ରହିଛି କିଛି ଏପରି ଚମତ୍କାର ରହସ୍ୟ ଯାହା ଆଗରେ ସମସ୍ତେ ନତ ମସ୍ତକ। ସେଥିମଧ୍ୟରୁ ଓଡିଶାର ଅନ୍ୟତମ ଦେବୀ ପୀଠ ହେଉଛି ‘କାଳିଜାଈ’ ପୀଠ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଠାରୁ ୧୮ କିଲୋମିଟର ଦୂରରେ ରହିଛି ମା’ କାଳିଜାଈ ଦେବୀ ପୀଠ। ଏହି ପୀଠ ଓଡିଶାର ଚିଲିକା ହ୍ରଦର ଏକ ଛୋଟିଆ ଦ୍ୱୀପରେ ଅବସ୍ଥିତ। ପ୍ରାୟ ୨୯ ଏକରର ପାହାଡରେ ପରିପୂର୍ଣ୍ଣ ଏହି ଦ୍ୱୀପରେ ପୂଜାପାଉଛନ୍ତି ମା’ କାଳିଜାଈ ।

BjdElectrycity

କାଳିଜାଈ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ। ଏଠାକୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଲାଗି ଆସିଥାନ୍ତି। ସେମାନେ ମା’ଙ୍କ ପାଖରେ ଭୋଗ ଲାଗାଇ ଧୂପ,ଦୀପ, ଭୋଗ, ନୈବେଦ୍ୟ ଆଦି ଅର୍ପଣ କରିଥାଆନ୍ତି । ମା’ଙ୍କର ମୁଖ୍ୟ ପର୍ବ ହେଉଛି ମକର ପର୍ବ। ଏହି ପର୍ବରେ ଭକ୍ତମାନେ ମା’ଙ୍କୁ ଦର୍ଶନ କଲେ ସେମାନଙ୍କର ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ୱାରା କାଳିଜାଈ ମନ୍ଦିର ନିର୍ମାଣ କରାଯାଇଥିଲା। କାଳି ଓ ଜାଈ, ହେଉଛି ମା’ଙ୍କର ଦୁଇଟି ଅଲଗା ଅଲଗା ସ୍ୱରୂପ। ମା’ କାଳିଜାଈ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବୀ ହୋଇଥିବା ବେଳେ ଜାଈ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ସାଧାରଣ ଝିଅ। କିମ୍ବଦନ୍ତୀ ଅନୁଯାୟୀ, ଜାଈ, ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ୱୀପ ପାରିକୁଦକୁ ବିବାହ କରିଥିଲେ। ବିବାହ ପରେ ଜାଈ ତାଙ୍କ ପିତାଙ୍କ ସହ ଏକ ନୌକାରେ ବସି ଯାଉଥିଲେ। ହଠାତ୍ ଝଡ ତୋଫାନ ଆସିବା ଦ୍ୱାରା ନୌକାଟି ଗଣ୍ଡ ମଧ୍ୟରେ ଲେଉଟି ପଡିଥିଲା। ଏହି ଦୁର୍ଘଟଣାରୁ ଜାଈର ପିତା ଏବଂ ନାବିକ ଦୁହେଁ ବର୍ତ୍ତି ଯାଇଥିଲେ ମଧ୍ୟ ଜାଈର କୌଣସି ପତ୍ତା ମିଳି ନଥିଲା । କିଛି ଦିନ ପରେ ଶୁଣିବାକୁ ମିଳିଲା ଯେ, ସେହି ବାଟରେ ସବୁବେଳେ ଜାଈର କାନ୍ଦଣା ସୁବୁଛି। ତା’ପରଠାରୁ ଲୋକମାନେ ତାଙ୍କୁ କାଳୀଙ୍କ ଆକ୍ଷା ଦେଇ ବିପଦ ସମୟରେ ରକ୍ଷା କରିବା ପାଇଁ ସ୍ମରଣ କରିବାକୁ ଲାଗିଲେ। ସେହି ଦିନଠାରୁ ସେହି ପୀଠକୁ ‘କାଳିଜାଈ’ ନାମରେ ନାମିତ କରାଗଲା।

କାଳିଜାଈଙ୍କୁ ପ୍ରତ୍ୟକ୍ଷ ଦେବୀ ବୋଲି କୁହାଯାଇଥାଏ । କାରଣ ମା’ ସବୁବେଳେ ଭକ୍ତମାନଙ୍କର ଶୁଭ ମନାସୀ ଥାନ୍ତି। ବିଶ୍ୱାସ ରହିଛି ଯେ, ମା’ କାଳିଜାଈ ଭକ୍ତମାନଙ୍କୁ ବିଭିନ୍ନ ଝଡ ଝଞ୍ଜା ଏବଂ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି। କାରଣ ଚିଲିକା ହ୍ରଦ କୂଳରେ ରହୁଥିବା ଲକ୍ଷାଧିକ ଲୋକ ନିଜର ଜୀବିକା ନିର୍ବାହ ପାଇଁ ଏହି ହ୍ରଦ ଉପରେ ନିର୍ଭର କରିଥାନ୍ତି। ମତ୍ସ୍ୟଜୀବିମାନେ ପ୍ରତିଦିନ ହ୍ରଦର ଗଭୀର ଗଣ୍ଡକୁ ଜାଇଥାନ୍ତି। ସେଠାରୁ ସେମାନେ ମାଛ ସଂଗ୍ରହ କରି ପୁଣି ହ୍ରଦର କୂଳକୁ ଫେରିଥାନ୍ତି। ଏହିସବୁ ମଧ୍ୟରେ ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ଅଘଟଣ ଘଟେ ସେହି ସମୟରେ ମା’ କାଳିଜାଈ ସେମାନଙ୍କର ସାହା ଭରଶା ବୋଲି ଆଶା ରହିଛି। ତେବେ ଚିଲିକାର ମତ୍ସ୍ୟଜିବୀମାନେ ମା’ କାଳିଜାଈଙ୍କୁ ଗୃହରେ ଇଷ୍ଟ ଦେବୀ ରୂପେ ପୂଜାର୍ଚ୍ଚାନା କରିଥାନ୍ତି।

Leave A Reply

Your email address will not be published.