ଭୁବନେଶ୍ୱର:ମସ୍କୋ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ CRUT ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍ ଅରୁଣ ବୋଥ୍ରା । ସମ୍ମିଳନୀରେ ‘ମୋ ବସ୍’ର ସଫଳତା ସମ୍ପର୍କରେ କହିଲେ । ବୋଥ୍ରା କହିଲେ, ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ଯମରେ ସମସ୍ତଙ୍କ ପାଇଁ ନିରନ୍ତର ଓ ସୁବିଧାଜନକ ବସ୍ ସେବା ଯୋଗାଇ ଦେବା CRUT ର ବିଶେଷତା । ନିକଟରେ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ଇ ବସ୍ ସେବା ବିଷୟରେ ଜଣାଇବା ସହ ନିରନ୍ତର ସହରାଞ୍ଚଳ ପରିବହନ ସେବା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଏବଂ ଓଡିଶା ସରକାର କିପରି ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ଆନ୍ତର୍ଜାତୀୟ ଦର୍ଶକଙ୍କୁ ସେ ଜଣାଇଥିଲେ ।
ମସ୍କୋରେ ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀ । ଅଗଷ୍ଟ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମସ୍କୋର ପରିବହନ ଓ ସଡ଼କ ଭିତ୍ତିଭୂମି ବିକାଶ ବିଭାଗ ଏଵଂ ବାହ୍ୟ ଅର୍ଥନୀତି ଓ ଆନ୍ତର୍ଜାତୀୟ ସମ୍ପର୍କ ବିଭାଗ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ବିଭିନ୍ନ ସହରର ମେୟର, ପରିବହନ ମନ୍ତ୍ରୀ, ଆନ୍ତର୍ଜାତୀୟ ପରିବହନ ଅପରେଟରର ସିଇଓ, ଆଇଟି କମ୍ପାନୀ, ପରିବହନ ବିଶେଷଜ୍ଞ ଏବଂ ଶିକ୍ଷାବିତ ମାନେ ସହରଞ୍ଚାଳ ପରିବହନ ସଂମ୍ପର୍କରେ ଆଲୋଚନା କରୁଛନ୍ତି।
ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ CRUT ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା, ଆଇପିଏସ୍ ଯୋଗ ଦେଇ ଓଡ଼ିଶାରେ ‘ମୋ ବସ୍’ର ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏହି ଅବସରରେ ବୋଥ୍ରା କହିଥିଲେ, ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ନେଇ କ୍ରୁଟର ଯାତ୍ରା ଏବଂ ‘ମୋ ବସ୍’ର ପରିବର୍ତ୍ତନକାରୀ ପ୍ରଭାବକୁ ଏଭଳି ଏକ ବୃହତ୍ତ ମଞ୍ଚରେ ବାଣ୍ଟିବା ବାସ୍ତବରେ ଗର୍ବର ବିଷୟ। ଆମର ଗ୍ରାହକ କେନ୍ଦ୍ରିକ ଆଭିମୁଖ୍ୟ କେବଳ ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ନୂଆ ରୂପ ଦେଇ ନାହିଁ ବରଂ ସମାବେଶିତା ପାଇଁ ଏକ ନୂଆ ମାନକ ମଧ୍ୟ ସୃଷ୍ଟି କରିଛି।’
Comments are closed.