Latest Odisha News

BREAKING NEWS

ହ୍ଵାଟ୍ସଆପ୍ ଆଣିଲା ନୁଆ ଫିଚର, ଏଣିକି ଗ୍ରୁପରେ ଯୋଡିହେବା ପରେ ଦେଖିପାରିବେ ପୁରୁଣା ଚାଟ୍

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ହ୍ବାଟ୍ସଆପ୍ । ଏହି କମ୍ପାନୀ ନିଜ ୟୁଜର୍ସଙ୍କୁ ବାନ୍ଧି ରଖିବା ପାଇଁ ସବୁବେଳେ ନୂଆ ନୂଆ ଫିଚର ରୋଲଆଉଟ କରିଥାଏ । ଏହାରି ଭିତରେ ଖୁବଶୀଘ୍ର ଆଉ ଏକ ଫିଚର ଆଣିବାକୁ ଯାଉଛି ହ୍ଵାଟ୍ସଆପ୍ । ଏଣିକି ହ୍ଵାଟ୍ସଆପ୍ ଗ୍ରୁପରେ ଯୋଡିହେବା ପରେ ଦେଖିପାରିବେ ପୁରୁଣା ଚାଟ୍ । ଖୁବ୍ ଶିଘ୍ର ଏହି ସୁବିଧା ସମସ୍ତଙ୍କ ପାଖରେ ପହଞ୍ଚିବ । ଏନେଇ Wabetainfo ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣତଃ ଯଦି ଆପଣ ହ୍ବାଟ୍ସଆପର ଏକ ଗ୍ରୁପରେ ଯୋଡି ହୁଅନ୍ତି ତେବେ ଗ୍ରୁପରେ ଦିଆଯାଇଥିବା ପୂର୍ବର ମେସେଜ ଦେଖିହୁଏ ନାହିଁ । ଫଳରେ ଗ୍ରୁପରେ ଯୋଗଦେବା ପରେ ଆସୁଥିବା ମେସେଜକୁ ମଧ୍ୟ ବୁଝି ହୁଏ ନାହିଁ । ଏପରି ସ୍ଥଳେ ଅନେକ ଦ୍ବନ୍ଦ ସୃଷ୍ଟି ହୋଇଥାଏ । ତେବେ ବର୍ତ୍ତମାନ ହ୍ବାଟ୍ସଆପ ୟୁଜର୍ସଙ୍କ ଏହି ସମସ୍ୟା ସମାଧାନ କରିବାକୁ ଯାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ନୂଆ ଫିଚର ଉପରେ କାମ କରୁଥିବା ସୂଚନା ରହିଛି । ଜଣେ ବ୍ୟକ୍ତିଙ୍କୁ ଗ୍ରୁପରେ ଆଡ୍ କରିବା ସମୟରେ ଆଡମିନକୁ ଏକ ବିକଳ୍ପ ବା ଅପସନ ମିଳିବ । ସେ ୟୁଜର୍ସଙ୍କୁ ପୁରୁଣା ଚାଟ୍ ଦେଖାଇବାକୁ ଚାହୁଁଛନ୍ତି କି ନାହିଁ ବାଛିବା ପାଇଁ ଅପ୍ସନ ମିଳିବ । ଯଦି ଗ୍ରୁପ୍ ଆଡମିନ ଏହି ଫିଚରକୁ ଟର୍ନ୍ ଅନ୍ କରେ, ତେବେ ଗ୍ରୁପରେ ଉପସ୍ଥିତ ଥିବା ସମସ୍ତ ଲୋକ ଏହା ବିଷୟରେ ସୂଚନା ପାଇବେ ଏବଂ ନୂତନ ସଦସ୍ୟ ଯୋଗଦେବା ମାତ୍ରେ ସେ ଗତ ୨୪ ଘଣ୍ଟାର ଚାଟ୍ ଦେଖିପାରିବେ । ଏନେଇ Wabetainfo ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଫିଚର ରୋଲଆଉଟ ହେବା ପରେ ୟୁଜର୍ସମାନେ ଉପକୃତ ହେବେ । କାରଣ ଗ୍ରୁପରେ ଯୋଗଦେବା ପରେ ସେମାନେ ମଧ୍ୟ ପୁରୁଣା ଚାଟ ବିଷୟରେ ଜାଣିପାରିବେ ଏବଂ ନିଜ ମତ ରଖିବା ପାଇଁ ସକ୍ଷମ ହେବେ । ବର୍ତ୍ତମାନ ଏହି ଫିଚର କିଛି ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଥିବା ବେଳେ ଆଗାମୀ ଦିନରେ କମ୍ପାନୀ ଏହି ଫିଚରକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.