Latest Odisha News

BREAKING NEWS

ଭାଇରାଲ ଅଡିଓ ଘଟଣା, ନିଲମ୍ବିତ ହେଲେ ମହିଳା କନେଷ୍ଟବଳ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହେବା ପରେ ରବିବାର କେନ୍ଦୁଝର ଜିଲ୍ଲାରେ ଜଣେ ମହିଳା ପୋଲିସ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି।

କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ୍ ପ୍ରସିକ୍ୟୁଟର ଅଫିସରେ କାର୍ଯ୍ୟରତ ସାଗରିକା ବାରିକ ନାମକ ଏହି ମହିଳା କନଷ୍ଟେବଳଙ୍କୁ ଶନିବାର ଦିନ ଭାଇରାଲ୍ ଅଡିଓ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତଦନ୍ତ ପରେ ନିଲମ୍ବନ କରାଯାଇଛି।

ଭାଇରାଲ ଅଡିଓରେ ମହିଳା କନେଷ୍ଟବଳ ଜଣକ ମାମଲାକୁ ବିଳମ୍ବିତ କରିବା ଓ ସମାଧାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗୁଥିବାର ଶୁଣିବାକୁ ମିଳିଥିଲା। ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭିଜିଲାନ୍ସ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ କନେଷ୍ଟବଳଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିଲେ।

ପରେ ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ତଦନ୍ତ ଆଧାରରେ ଅଭିଯୁକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ଜାଲରେ ଜଣେ ବ୍ୟକ୍ତି ଫସିଥିବା ବ୍ୟକ୍ତିଙ୍କ ସହ ଲେଡି କନେଷ୍ଟବଳ କଥା ହେଉଥିବା ଅଡିଓ କଲରେ ସେ ମାମଲାକୁ ରଫାଦଫା କରିବାକୁ ଟଙ୍କା ମାଗୁଥିଲେ। ଏପରିକି ଉପରିସ୍ଥ ଅଧିକାରୀଙ୍କ ତରଫରୁ ଟଙ୍କା ମାଗୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ତେଣୁ ଏବେ କେବଳ ପୋଲିସ ନୁହେଁ ଭିଜିଲାନ୍ସ ବିଭାଗର ଅଧିକାରୀ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଉଚିତ। କାରଣ ଜଣେ କନେଷ୍ଟବଳ କିଭଳି ଏତେ ସାହାସ ପାଇଲେ  ଆଉ ରଫାଦଫା କରିବାକୁ ପ୍ରତିଶ୍ରୁତି ଦେଲେ?

Comments are closed.