Latest Odisha News

ଲାଞ୍ଚ ନେଇ ଧରା ପଡିଥିଲେ, ଏବେ ଜେଲ ଯିବେ ୩ ଲାଞ୍ଚୁଆ ଅଫିସର

ବ୍ରହ୍ମପୁର:ବ୍ରହ୍ମପୁର ବ୍ରହ୍ମପୁର ବିଦ୍ୟୁତ ବିଭାଗର ଅବସର ପ୍ରାପ୍ତ ହେଡକ୍ଲର୍କ ଯୁଗଳ କିଶୋର ପରିଡ଼ାଙ୍କୁ ଭିଜିଲାନ୍ସ କୋର୍ଟ ବର୍ଷେ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥଦଣ୍ଡାଦେଶ ଦେଇଛନ୍ତି  ।  ୨୦୦୪ ଓଏସଇବି ଜଣେ ଲାଇନମ୍ୟାନଙ୍କ ଅବସର ପରେ ପେନସନ ପାଇଁ ଇପିଏଫ ପେପର କାମ କରିବା ପାଇଁ  ୮ ହଜାର ଟଙ୍କା ଲାଞ୍ଚ ମାଗି ଧରାପଡିଥିଲେ । ଭିଜିଲାନ୍ସ ଜଜ ମାମଲାର ବିଚାର କରି ତାଙ୍କୁ  ଏକ ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ଏକ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି । କୋର୍ଟ ଶ୍ରୀ ପଟ୍ଟନାୟକଙ୍କ ପେନସନ ମଧ୍ୟ ବନ୍ଦ କରି ଦେଇଛନ୍ତି ।

ସେହିପରି ଅନ୍ୟଏକ ମାମଲାର ବିଚାର କରି ଭିଜିଲାନ୍ସ କୋର୍ଟ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ହେଡ କ୍ଲର୍କ ଦ୍ରୁପଦ ସାହସିସଙ୍କୁ ୨ ବର୍ଷ ଜେଲ ଦଣ୍ଡ ଏବଂ ୩୦୦୦ ଟଙ୍କା ଜରିମାନା କରିଛନ୍ତି । ସାହସିସ ୨୦୧୦ ମସିହାରେ ୭ ମାସର ଛୁଟି ଅନୁମୋଦନ କରିବା ପାଇଁ ସେ ଲାଞ୍ଚ ନେଇ ଭିଜିଲାନ୍ସ  ହାତରେ ଧରାପଡିଥିଲେ । ଜରିମାନା ଅନାଦେୟ ତାଙ୍କୁ ଆହୁରି ତିନିମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।  ତାଙ୍କର ପେନସନକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି କୋର୍ଟ ।

ଅନ୍ୟଏକ ଘଟଣାକ୍ରମେ ବକୋୟା ଇଲେକ୍ରିବିଲ ତ୍ରୁଟି ଠିକ କରିବା ପାଇଁ  ଅନୁଗୁଳ ବଇଣ୍ଡାର ପୂର୍ବତନ ଜୁନିୟର ମ୍ୟାନେଜର ସରୋଜ କୁମାର ଦାସ ଲାଞ୍ଚ ନେଇ ଧରାପଡିଥିଲେ । ତାଙ୍କ ମାମଲାର ଶୁଣାଣି କରି କୋର୍ଟ ଶ୍ରୀ ଦାସଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ।  ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି ।

Comments are closed.