Latest Odisha News

BREAKING NEWS

୧୨ ଜଣଙ୍କ ଉପରେ ମାଡିଗଲା କାର, ୩ ଜଣଙ୍କର ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡ ପାଲାମୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୨ ଜଣଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଘଟଣା ଘଟିଛି ଝାଡ଼ଖଣ୍ଡର ଚେନପୁର ଥାନା ଅଞ୍ଚଳର ବାରାଓରେ । ପୋଲିସ କାରର ଡ୍ରାଇଭର ଓ ଏଥିରେ ବସିଥିବା ଯାତ୍ରୀଙ୍କୁ ଗିରଫ କରିଛି । ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ସମସ୍ତେ ଗୋଟିଏ ଗ୍ରାମର ହୋଇଥିବା ସୂଚନା ରହିଛି।

ଖବର ଅନୁସାରେ, ଡାଲଟୋଙ୍ଗଞ୍ଜ ଗଡୱା ରାସ୍ତାରେ ଏକ କାର ଆସୁଥିଲା । ହଠାତ କାରଟି ଖୀପ୍ର ବେଗରେ ଆସି ପଥଚାରୀଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ରାସ୍ତାରେ ଯାଉଥିବା ୧୨ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଇଥିଲା । ପରେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇବା ସହ କାର ଡ୍ରାଇଭର ଓ ସେଥିରେ ବସିଥିବା ଯାତ୍ରୀଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.