Latest Odisha News

BREAKING NEWS

ଭାରତ ସହ ମିଶିବେ ବୋଲି ଧମକ ଦେଲେ ଗିଲଗିଟ-ବାଲଟିସ୍ତାନବାସୀ

ନୂଆଦିଲ୍ଲୀ: ପାକିସ୍ତାନର ଗିଲଗିଟ-ବାଲଟିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ହଜାର ହଜାର ଲୋକ ରାସ୍ତାକୁ ଆସି ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗିରଫ ହୋଇଥିବା ସେମାନଙ୍କ ନେତାମାନଙ୍କୁ ତୁରନ୍ତ ଛାଡିବା ପାଇଁ ଦାବୀ କରିଛନ୍ତି । ଏପରିକି ଯଦି ଏହା କାର୍ଯ୍ୟକାରୀ ନ ହୁଏ ତେବେ ଆମେ ଭାରତ ସହ ମିଶିଯିବୁ ବୋଲି ଧମକ ଦେଇଛନ୍ତି । ପ୍ରଦର୍ଶନକାରୀମାନେ ଉଗ୍ର ପ୍ରଦର୍ଶନ କରିବା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଆମେ କାରଗିଲ ଯିବୁ ସ୍ଲୋଗାନ ମଧ୍ୟ ସେମାନେ ଦେଇଛନ୍ତି । ନିକଟରେ ଜଣେ ଶିୟା ଧର୍ମଗୁରୁଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି ।

ଏହା ବ୍ୟତୀତ ଈଶାନିନ୍ଦା କଡା ନିୟମକୁ ମଧ୍ୟ ବିରୋଧ କରାଯାଉଛି । ଏହି ଅଂଚଳରେ ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ପାକିସ୍ତାନ ପକ୍ଷରୁ ବାରମ୍ବାର କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ଅସନ୍ତୋଷ ଲାଗି ରହିଛି ।

Comments are closed.