ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗା ସହରର ସରକାରୀ ଉର୍ଦ୍ଦୁ ସ୍କୁଲର ଜଣେ କନ୍ନଡ ଭାଷା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଷଷ୍ଠ ଶ୍ରେଣୀର ତିନିରୁ ଚାରି ଜଣ ଛାତ୍ରଙ୍କୁ ରାଗିଯାଇ ‘ତୁମେମାନେ କାହିଁକି ପାକିସ୍ତାନ ଯାଉନ’ କହିବାରୁ ତାଙ୍କୁ ବଦଳି କରାଯାଇଛି। ଶିକ୍ଷୟତ୍ରୀ ଜଣଙ୍କ ପାଠ ପଢ଼ାଉଥିଲେ। ହେଲେ ପିଲାମାନେ ପାଟି ତୁଣ୍ଡ କରୁଥିବାରୁ ଶିକ୍ଷୟତ୍ରୀ ଜଣଙ୍କ ରାଗିଯାଇ ପାକିସ୍ତାନ ପଳାଇ ଯାଅ ବୋଲି କହିଥିବା ସୂଚନା ରହିଛି।
ଗତ ଅଗଷ୍ଟ ୩୦ ତାରିଖରେ ଘଟିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ରାଜ୍ୟ ଶିକ୍ଷା ବିଭାଗ। ଏନେଇ ଅଭିଭାବକମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ରହିଛି।
ଶିକ୍ଷୟିତ୍ରୀ ମଞ୍ଜୁଳା ଦେବୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସ୍କୁଲରେ ଏକ ଦଶନ୍ଧି ଧରି ନିୟୋଜିତ ଥିବା ୪୭ ବର୍ଷୀୟ ଏହି କନ୍ନଡ ଶିକ୍ଷୟିତ୍ରୀ ମଞ୍ଜୁଳା ଦେବୀଙ୍କ ପୂର୍ବରୁ ଭଲ ସ୍ଵଭାଵର ବୋଲି ଜଣେ ବ୍ୟକ୍ତି ବୋଲି ପରିଚୟ ରହିଥିବା ସୂଚନା ରହିଛି । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଅଭିଯୋଗ ଆସିନଥିବା ପ୍ରଧାନ ଶିକ୍ଷକ ଦାବି କରିଛନ୍ତି।
ଏନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଶିକ୍ଷକଙ୍କୁ ବହିଷ୍କାର ସମେତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ।
Comments are closed.